Dr.Dibya Kalyani- ସ୍ବାମୀ ସ୍ତ୍ରୀଙ୍କ Blood ଗୃପ୍ ସମାନ ହେଲେ କଣ ସମସ୍ୟା ଆସିଥାଏ…ଆଉ କଣ ଫାଇଦା ମିଳିଥାଏ ଜାଣନ୍ତୁ ? ଜାଣିବା ନିଶ୍ଚିତ ଜରୁରୀ
ସମାଜ ରେ ନାରୀ ଯେତେ ବେଳେ ବିବାହ କରି ସାରେ ସେତେ ବେଳେ ତାର ସବୁଠୁ ବଡ଼ ସ୍ୱପ୍ନ ଥାଏ କି ସେ କେବେ ଏକ ମା ହେବ ଆଉ ତାର ସନ୍ତାନ ଟି ହେବ । ଯେତେ ବେଳେ ସେ ମା ହୋଇ ଥାଏ ସେତେ ବେଳେ ସେ ଦୁନିଆଁ ର ସବୁ ଖୁସି କୁ ଲାଭ କରିଥାଏ । କିନ୍ତୁ ଯିଏ ମା ହୋଇ ପାରେ ନାହିଁ ତାହା କେଉଁ ବଡ଼ ଅଭିଶାପ ଠାରୁ କମ ହୋଇ ନଥାଏ ।
ତେବେ ଗର୍ଭବତୀ ଜଣେ ନ ହେବାର ମଧ୍ୟ ବହୁତ କାରଣ ରହି ଥାଏ, କିନ୍ତୁ ଆଜିକାଲି ର ସମାଜ ରେ ଯଦି ଜଣେ ନାରୀ ଗର୍ଭବତୀ ହୋଇ ପାରିଲା ନାହିଁ ତେବେ ସେହି ନାରୀ ଟିକୁ ହିଁ ସବୁ ଦୋଷ ଦିଆଯାଏ କିନ୍ତୁ ଏହା ଉଭୟ ମହିଳା ଓ ପୁରୁଷ ର ସମସ୍ୟା ରହିଥାଏ ।
ଯଦି ସ୍ୱାମୀ ସ୍ତ୍ରୀ ର ବ୍ଲଡ଼ ଗ୍ରୁପ ସମାନ ଥିବ ତେବେ ମଧ୍ୟ ଛୁଆ ପେଟରେ ରହି ନଥାଏ ଅଥବା ସେହି ଛୁଆ ଜନ୍ମ ହେଲେ ତାର ମାନସିକ ସ୍ତର ଖରାପ ହୋଇ ଯାଏ ଯାହାକି ସେ ଆଉ ସାଧାରଣ ଛୁଆ ଭାବରେ ଜନ୍ମ ହୋଇ ପାରେ ନାହିଁ । ତେଣୁ ବିବାହ ପୂର୍ବରୁ ନିହାତି ଭାବରେ ଉଭୟ ଙ୍କର ବ୍ଲଡ଼ ଟେଷ୍ଟ କରି ବିବାହ କରିବା ଉଚିତ ।
ତେବେ ଯେଉଁ ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ଥାଏ ତାଙ୍କ ଶିଶୁ ପାଖରେ ନା ଆରଏଚ ଇନକମ୍ପାଲିଭିଟି ନା ଏବିଓ ଇନକମ୍ପାଲିଭିଟି ଦେଖାଯାଏ, ସେମାନଙ୍କର ସନ୍ତାନ ସୁରକ୍ଷିତ ଓ ସୁସ୍ଥ ରହି ଥାଏ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କର ଯଦି ବ୍ଲଡ଼ ଗ୍ରୁପ ସମାନ ରହୁଛି ତେବେ ନିହାତି ଭାବରେ ଆପଣ ଡାକ୍ତର ଙ୍କର ପରାମର୍ଶ ନିଅନ୍ତୁ ।
ବ୍ଲଡ଼ଗ୍ରୁପ ର ଦୁଇଟି ପ୍ରକାର ଥାଏ ପ୍ରଥମ ରେ ହେଉଛି ଏ, ବି, ଏବି ଏବଂ ଓ ବ୍ଲଡ଼ ଗ୍ରୁପ ଆଉ ଦ୍ଵିତୀୟ ରେ ହେଉଛି ଆରଏଚ ଫ୍ୟାକ୍ଟର ଯେପରି ଯେଉଁ ମାନଙ୍କ ପାଖରେ ଆରଏଚ ରହିଥାଏ ସେମାନେ ଆର ଏଚ ପଜିଟିଭ ରୁହନ୍ତି ଏବଂ ଯେଉଁ ମାନଙ୍କ ପାଖରେ ଆରଏଚ ରୁହେ ନାହିଁ ସେମାନେ ଆର ଏଚ ନେଗେଟିଭ ରହି ଥାଆନ୍ତି ।
ବାପା ଓ ମା ଙ୍କର ବ୍ଲଡ଼ ଗ୍ରୁପ ଅଲଗା ରହି ଥାଏ ଯେମିତି କି ଯଦି ବାପା ର ଏ, ବି ଓ ଏବି ରହୁଛି ଆଉ ମା ର ଓପଯ୍ଏଟିଭ ରହୁଛି ତେବେ ତାଙ୍କର ଶିଶୁ ଜନ୍ମ ହେବା ପରେ ଜଣ୍ଡିସ ରୋଗ ରେ ପୀଡିତ ହୋଇ ଥାଆନ୍ତି । ତେଣୁ କରି ଏହା ମଧ୍ୟ ସତ କି ସ୍ୱାମୀ ସ୍ତ୍ରୀ ଙ୍କର ବ୍ଲଡ଼ ଗ୍ରୁପ ସମାନ ହେବା ଭଲ ନୁହେଁ ଏହା ଦ୍ୱାରା ସ୍ତ୍ରୀ ମାନଙ୍କର ଗର୍ଭପାତ ହୋଇ ଥାଏ ଏବଂ ଶିଶୁ ଟି ସାଧାରଣ ହୋଇ ଜନ୍ମ ହୋଇ ନଥାଏ । ତେଣୁ କାହାକୁ ବିବାହ କରିବା ପୂର୍ବରୁ ବ୍ଲଡ଼ ଗ୍ରୁପ ଥରେ ନିହାତି ଚେକ କରନ୍ତୁ ।