ଡାକ୍ତର ପାଣିଗ୍ରାହୀ ମୋ ସହ କିଛି ଠିକ୍ କଲାନି, ଅପରେସନ୍ ପାଇଁ ଯାଇଥିଲି ହେଲେ ମୋ ପେଟରେ ସେ…
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ ଏବଂ ଏହାକୁ ଦେଖି ବହୁତ ଖୁସି ବି ହେଉଥିବେ। ତେବେ ସେହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ। ତାହେଲେ ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।
ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି। ତେବେ ମନୁଷ୍ୟ ଜୀବନ କେତେବେଳେ କେଉଁ ମୋଡ଼ ନେଇଥାଏ ତାହା କେହି ବି କଳ୍ପନା କରିନଥିବେ। କାହା ସହିତ କେତେବେଳେ କଣ ଘଟିବ ତାହା କେହି ବି କଳ୍ପନା କରି ପାରିବେ ନାହିଁ।
ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି ଜଣେ ଡାକ୍ତର ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ସହ କଲେ ଅଶ୍ଳୀଳ ବ୍ୟବହାର । ତେବେ ଅପରେସନ ପାଇଁ ଯାଇଥିଲେ ଡାକ୍ତର ପାଖକୁ। କିନ୍ତୁ ଡାକ୍ତର ସେହି ମହିଳା ଜଣଙ୍କ ସହ ଏମିତି ବ୍ୟବହାର କରିଥିଲା ଯେ ସେ କିଛି ବୁଝି ପାରୁ ନଥିଲେ।
ଆଉ ସେହି ମହିଳାଙ୍କୁ ଓଟି ଭିତରେ ଡାକ୍ତର ୩ ରୁ ୪ ଚାପୁଡ଼ା ମାରିଥିଲେ। ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ। ଆଉ ଅପରେସନ କରିବା ବଦଳରେ ମହିଳା ଜଣକ ସହ ଡାକ୍ତର ଭୁଲ ଭାଲ ହରକତ୍ କରିଥିଲା। ଆଉ ମହିଳା ଜଣକ ବାରଣ କରିବାରୁ ଡାକ୍ତର ତାଙ୍କୁ ମାଡ଼ ମାରିଥିଲେ।
ତେବେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପାଇଁ ଯାଇଥିବା ମହିଳାକୁ ଡାକ୍ତର ପାଣିଗ୍ରାହୀ କରିଥିଲେ ଖରାପ ବ୍ୟବହାର। ଆଉ ଏବେ କଷ୍ଟ ଯନ୍ତ୍ରଣା ରେ ଛଟପଟ ହେଉଛି ମହିଳା। ହଁ ଆଜ୍ଞା ପୁଣିଥରେ ଆଉ ଜଣେ ଡାକ୍ତର ଙ୍କର ଦବଙ୍ଗଗିରି ପଦାକୁ ଆସିଛି। ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଧର୍ମଗଡ଼ ଡାକ୍ତରଖାନା ଆସିଥିଲେ। ଅସ୍ତ୍ରୋପଚାର କରାଯାଇଥିଲେ ହିଁ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ମାଡ଼ ମାରିଥିବା ନେଇ ଧର୍ମଘଟ ଥାନାରେ ସ୍ୱାମୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ଧର୍ମଗଡ଼ ଏନଏସି ଅନ୍ତର୍ଗତ କେବିଡ଼ି ଗ୍ରାମର ସରସ୍ୱତୀ ବାଗ୍ ନାମକ ମହିଳା ଗତକାଲି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିଲେ। ତେବେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଠିକ୍ ଭାବରେ ଅସ୍ତ୍ରୋପଚାର କରି ନଥିବା ଆଉ ଅନ୍ୟପଟେ ତାଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ସ୍ଥାନୀୟ ଲୋକ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଖାନା ଛକ ମୁଖ୍ୟ ରାସ୍ତାକୁ ଲୋକେ ଅବରୋଧ କରି ଆନ୍ଦୋଳନ କରିଛନ୍ତି। ଡାକ୍ତରଙ୍କୁ ଗିରଫ ସହ ଚାକିରି ରୁ ବହିଷ୍କାର ଦାବିରେ ରାସ୍ତା ରୋକ କରିଥିବା ଜଣା ପଡିଛି।