ମୁଁ ମୋ ସ୍ବାମୀର ମୁଣ୍ଡ ଗଣ୍ଡି ଅଲଗା କରିଛି ! ସେ ମୋ ରାସ୍ତାର କଣ୍ଟା ଥିଲା ଏମିତି କହିଲେ ସ୍ତ୍ରୀ ,ଦେଖନ୍ତୁ viral ଭିଡ଼ିଓ….
ପ୍ରେମିକକୁ ସ୍ତ୍ରୀ ହତ୍ୟା କରିବା ପରେ ସ୍ୱାମୀ ଶବକୁ ନେଇ ୯୦ କିଲୋମିଟର ଦୂରରେ ପକାଇଲା । ମୁଣ୍ଡ ଭଦ୍ରକରୁ ଗଣ୍ଡି ବାଲେଶ୍ଵରରୁ ଉଦ୍ଧାର । ବାଲେଶ୍ୱରରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଘଟଣାଟି କିଛି ଏମିତି ଥିଲା, ସ୍ତ୍ରୀ ପ୍ରେମିକର ଗୋଟିଏ ଚୋଟରେ ମୁଣ୍ଡ ଗଣ୍ଡି କରିଦେଲା ଅଲଗା । ଆଉ ହତ୍ୟା ପରେ ମୃତ ଶରୀରକୁ ଲୁଚେଇବା ପାଇଁ ସ୍ୱାମୀକୁ କହିବା ପରେ ସ୍ଵାମୀ ବାଲେଶ୍ୱରରେ ଗଣ୍ଡି ଓ ଭଦ୍ରକରେ ମୁଣ୍ଡକୁ ଫୋପାଡ଼ି ଦେଇ ଚାଲିଗଲା ।
ବାଲେଶ୍ବର ସଦର ଥାନା ଖାନ୍ନଗର ଅଞ୍ଚଳରୁ ଗତ ୧୨ ତାରିଖ ଦିନ ଜଣେ ଯୁବକଙ୍କର ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାର ପର୍ଦାଫାସ୍ କରିଛି ପୋଲିସ । ହତ୍ୟାକାଣ୍ଡର ୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଗିରଫ କରାଯାଇଛି ।
ଅଭିଯୁକ୍ତ ନୟାଗଡ଼ର ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଏଥିସହ ବାଲେଶ୍ବରରୁ ୯୦ କିଲୋମିଟର ଦୂର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଛତାବର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଏକ ଡ୍ରେନ୍ରୁ ଗତକାଲି ମୃତ ଯୁବକଙ୍କ କଟାମୁଣ୍ଡକୁ ଜବତ କରିଛି ପୋଲିସ । କଟାମୁଣ୍ଡ ସହ ଗିରଫ ୨ ଅଭିଯୁକ୍ତଙ୍କୁ ଧରି ପୋଲିସ ବାଲେଶ୍ବର ଫେରିଥିବା ଜଣାପଡ଼ିଛି ।
ନୟାଗଡ଼ ଜିଲ୍ଲାର ଯୁବକ ଶ୍ରୀଧର ଦଳବେହେରାଙ୍କ ସହ ଫକୀର ନାୟକଙ୍କ ପତ୍ନୀ ସୁମିତ୍ରା ନାୟକ ଅନୈତିକ ସମ୍ବନ୍ଧ ରଖିଥିଲେ । ପ୍ରାୟ ବର୍ଷେ ହେବ ଶୀଧର ଓ ସୁମିତ୍ରା ଏକାଠି ରହୁଥିଲେ । ସୁମିତ୍ରା ଫକୀରଙ୍କୁ ବିବାହ କରିବା ସତ୍ତ୍ୱେ ଶ୍ରୀଧରଙ୍କ ସହିତ ରହୁଥିଲେ ।
କିଛି ଦିନ ତଳେ ବାଲେଶ୍ଵର ସଦର ଥାନା ଖାନନଗରରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ ପାଇଁ ଶ୍ରୀଧର ନୟାଗଡ଼ରୁ ଆସିଥିବା ବେଳେ ସୁମିତ୍ରା ମଧ୍ୟ ତା ସହିତ ବାଲେଶ୍ଵର ଆସି ରହିଥିଲେ ମାତ୍ର ଏହା ଭିତରେ ଶୁକ୍ରବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା, ଆଉ ସୁମିତ୍ରା ପାଖରେ ଥିବା ଏକ ଟାଙ୍ଗିଆ ଉଠାଇ ଗୋଟିଏ ଚୋଟରେ ଶ୍ରୀଧର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ।ଆଉ ଦୁଇ ଦିନ ଯାକ ସୁମିତ୍ରା ବସି ରହିଥିଲା ତାପରେ ତାଙ୍କର ସ୍ବାମୀ କୁ ସବୁ କଥା କହିଥିଲେ।
ତେବେ ୧୨ ତାରିଖ ଦିନ ପ୍ରଥମେ ପୋଲିସକୁ ବାଲେଶ୍ଵର ଖାନ ନଗର ନିକଟରେ ଏକ ବଣ ଭିତରୁ ଶ୍ରୀଧରର ଗଣ୍ଡି ମିଳିଥିଲା ଯାହାକୁ ନେଇ ପୋଲିସ ଏକ କେସ ସଦର ଥାନାରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ କଟାମୁଣ୍ଡ ଶ୍ରୀଧରଙ୍କର ଜଣା ପଡ଼ିବା ପରେ ହତ୍ୟା ପଛର କାହାଣୀ ଆଉ ସୁମିତ୍ରାକୁ ନେଇ ପୋଲିସର ସନ୍ଦେହ ବଢିଥିଲା ।
ତେବେ ଏନେଇ ପୋଲିସ ଗୁଇନ୍ଦା ବଳରେ ତଦନ୍ତ କରି ସୁମିତ୍ରା ଓ ପରେ ସ୍ବାମୀ ଫକୀରକୁ କଟକରୁ ଗିରଫ କରିଛି ବୋଲି ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି । “ସୁମିତ୍ରାର ଏକ ଛୋଟ ପୁଅଟିଏ ରହିଛି ଯାହାକୁ ଶ୍ରୀଧର ଓ ସୁମିତ୍ରା ନିଜ ପାଖରେ ରଖୁଥିଲେ ହେଲେ ଶ୍ରୀଧର ପିଲାଟିକୁ ନିର୍ଯ୍ୟାତନା ଦେଉଥିବାରୁ ସୁମିତ୍ରା ଶ୍ରୀଧରକୁ ହତ୍ୟା କରିଛି । ଆଉ ଏସବୁ ଜାଣିବା ପରେ ପିଲାର ନିଜ ବାପା ଫକୀର ସୁମିତ୍ରାକୁ ଶବ ଲୁଚାଇବାରେ ସହାୟତା କରିଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।