Gujarati benefits – ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ୨ ଟା ଗୁଜୁରାତି ଆଉ ତାପରେ ଦେଖନ୍ତୁ ଚମତ୍କାର …..

0 186

ଗୁଜୁରାତି ଏମିତି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ମହଜୁଦ୍ ଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ, ଏଥିରେ ଅନେକ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ଏଥିରେ ଗୁଜୁରାତି ଖାଲି ମସଲା ନୁହେଁ ଏଥିରେ ଔଷଧୀୟ ଗୁଣ ଭରିରହିଛି।

କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ।ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ।

ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ। ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି ହେଉଥିଲେ ସାଥୀରେ ଗୁଜୁରାତି ପାଣି ନେଇ କି ଯାଆନ୍ତୁ। ଏହାକୁ ପିଇଲେ ବାନ୍ତି ବନ୍ଦ ହୋଇଥାଏ।

ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ ଏଥିରେ କ୍ୟାଲସିୟମ୍‌,ପୋଟାସିୟମ୍‌ ମ୍ୟାଗ୍ନେସିୟମ୍‌,ଆଇରନ୍‌,ଫସଫରସ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତିର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

-ଗୁଜୁରାତି ସେବନ, ଅଧିକ ମାଉଥ୍ ଫ୍ରେଶନର ରୁପରେ ମନାଯାଇଥାଏ । ମୁହଁ ଦୁର୍ଗନ୍ଧ ହେଉଥିଲେ , ଗୁଜୁରାତି ମଞ୍ଜିକୁ ଚୋବାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

-ହାଇ ବ୍ଲଡ ପ୍ରେସର ପାଇଁ ଗୁଜୁରାତି ସେବନ ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଟାସିୟମ୍‌,ମ୍ୟାଗ୍ନେସିୟମ୍ ଭଳି ରହିଥିବା ତତ୍ୱ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

-ପାଚନ,ଗ୍ୟାସ୍‌,ଏସିଡିଟି ଭଳି ସମସ୍ୟା ଥିଲେ , ଗୁଜୁରାତି ଏଥିପାଇଁ ବହୁତ୍ ଉପକାରୀ ହୋଇଥାଏ । ଏହା ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

-ବାନ୍ତି ସମସ୍ୟା ପାଇଁ ଗୁଜୁରାତି ସେବନ ବେଶ ଲାଭଦାୟକ ହୋଇଥାଏ । କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଅନେକ୍ ଲୋକଙ୍କର ବାନ୍ତି ସମସ୍ୟା ରହିଥାଏ । ଏପରି ସମୟରେ ଯାତ୍ରା କରିବା ପୂର୍ବରୁ ଗୁଜୁରାତି ଖାଇବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ ।

-ଚା’ରେ ଗୁଜୁରାତି ପକାଇ ସେବନ କରିବା ଦ୍ୱାରା , ମାନସିକ ଚାପ ଦୂର ହୋଇଥାଏ । ଡିପ୍ରେସନ ଦୂର କରିବାରେ ସାହାଯ୍ୟ କରେ ଗୁଜୁରାତି ।

-ଭୋକ କମ୍ ଲାଗୁଥିଲେ, ଗୁଜୁରାତି ସେବନ କରିବା ଦ୍ୱାରା ଭୋକ ବଢାଇବାରେ ଯାହାଯ୍ୟ କରିଥାଏ ।ଏହାବ୍ୟତୀତ ଗୁଜୁରାତି ଶରୀର କୁ ଶକ୍ତି ପ୍ରଦାନ କରିବା ସହ ଯୌ-ନ ଜୀବନ ରେ ଅନେକ ସକରାତ୍ମକ ଉନ୍ନତି ଆଣେ। ଗୁଜୁରାତି ଖାଇବା ଦ୍ୱାରା ମହିଳା ଏବଂ ପୁରୁଷ ଙ୍କ ଫର୍ଟିଲିଟି ମଧ୍ୟ ବଢ଼ିଥାଏ। ତେଣୁ, ଯଦି ତୁମର ବନ୍ଧ୍ୟା କରଣର ସମସ୍ୟା ଅଛି, ତେବେ ଗୁଜୁରାତି ଖାଇବା ଦ୍ୱାରା ଏହାକୁ ଦୂର କରାଯାଇପାରିବ ।

ଯଦି ଆପଣ ମଧ୍ୟ ଏହି ସମସ୍ୟା ଅନୁଭବ କରୁଛନ୍ତି ତେବେ କେଶ କୁ ପ୍ରାକୃତିକ ଉପାୟରେ ମଜବୁତ ଏବଂ କଳା କରିବା ପାଇଁ ଗୁଜୁରାତିର ସେବନ କରନ୍ତୁ । ପ୍ରତିଦିନ ରାତିରେ ଗୋଟେ ଗ୍ଲାସ କ୍ଷୀର କିମ୍ବା ଉଷୁମ ପାଣିରେ ୨ଟି ଗୁଜୁରାତିର ଚୁର୍ଣ ପକାଇ ଏହାକୁ ୬ମାସ ଯାଏଁ ସେବନ କରନ୍ତୁ । ଏହା କେଶକୁ ଭିତରୁ ମଜବୁତ କରିଥାଏ ଏବଂ କେଶ ଝଡିବା ବନ୍ଦ ହୋଇଯାଇଥାଏ । ଏହା ରୂପୀ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.