ନାଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟ ର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।
ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନ ରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ ଭବନ ରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ଶ୍ରୀମତୀ ମୁର୍ମୁ ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି।
ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ର ମର୍ଯ୍ୟାଦା ଲାଭ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ସିକିମ ଗସ୍ତ ରେ ଅଛନ୍ତି। ସେ ସେଠାରେ ସିକିମ ସରକାର ଙ୍କ ଠାରୁ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ଏଥି ସହିତ ସେ ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି। ଗାଂଗଟକ ରେ ରାଷ୍ଟ୍ରପତି ଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସେଠାରେ ଏକ ନୃତ୍ୟ ଉତ୍ସବ ର ମଧ୍ୟ ଆୟୋଜନ କରା ଯାଇଥିଲା।
ରାଷ୍ଟ୍ରପତି ଏହି ନୃତ୍ୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ପ୍ରମୁଖ ନୃତ୍ୟ ଶିଳ୍ପୀ ଙ୍କୁ ଡକା ଯାଇ ଥିଲା। ତେବେ ଏହି ନୃତ୍ୟ ମଧ୍ୟ ରେ ସିକିମ ମୁଖ୍ୟ ମନ୍ତ୍ରୀ ଙ୍କ ପତ୍ନୀ କ୍ରିଷ୍ଣା ରାୟ ରାଷ୍ଟ୍ରପତି ଙ୍କୁ ନୃତ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଫଳ ରେ ନୃତ୍ୟଶିଳ୍ପୀ ଙ୍କ ଗହଣ ରେ ରାଷ୍ଟ୍ରପତି ଏବଂ ରାୟ ଉଭୟ ତାଳ ରେ ତାଳ ମିଶାଇ ନୃତ୍ୟ କରିଥିଲେ। ଯାହା ସେଠାରେ ଉପସ୍ଥିତ ଦର୍ଶକ ଙ୍କୁ ବେଶ ଆମୋଦିତ କରିଥିଲା। ଏହି ନୃତ୍ୟଟି ସିକିମ ରାଜ୍ୟର ସଂସ୍କୃତି, ସୌନ୍ଦର୍ଯ୍ୟ, ଏକତା ଉପରେ ଆଧାରିତ ଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।