Exclusive – ମାଡ ଖାଇଗଲା ଅର୍ଚ୍ଚନାଙ୍କ ଧନତେରାସ, ଜେଲ ଭିତରେ ମନେପଡୁଛି ସୁନା କଥା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଧନତେରସ, ବୋଧହୁଏ ଆଜିର ଦିନରେ ମୁଁ ବାହାରେ ଥିଲେ ସୁନା ଗହଣା କିଣିଥାନ୍ତି, ଯେଉଁଟା ଇଚ୍ଛା ହୋଇଥାନ୍ତା ସେ ଯେତେ ଟଙ୍କା ପଡୁନା କାହିଁକି ମୁଁ କିଣି ଥାନ୍ତି, କିନ୍ତୁ ଜେଲ୍ରେ ଥିବାରୁ ମୋ ସ୍ବପ୍ନ ସ୍ବପ୍ନ ହୋଇ ରହିଯାଇଛି, ଜେଲ୍ରେ ଥାଇ ଏବେ ଏମିତି ଭାବୁଛନ୍ତି ନାଗ ଚାନ୍ଦ ଦମ୍ପତି ।
କାହିଁକି ନା ଆଜିର ଦିନରେ ପ୍ରତିବର୍ଷ ମହଣ ମହଣ ସୁନା କିଣିଥାନ୍ତି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ । ବିଶ୍ବାସ ରହିଥିଲା ଧନତେରସ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିବେ, ଧନ ସମ୍ପତ୍ତି ମଧ୍ୟ ଆହୁରି ବଢିବ, କିନ୍ତୁ ଚଳିତ ବର୍ଷ ଉଭୟ ଦମ୍ପତିଙ୍କ ପାଇଁ କାଳ ସାଜିଛି ଧନତେରସ । ଆଜିର ଦିନରେ ସୁନା ଦୋକାନ ନୁହଁ ବରଂ ଜେଲ୍ କୋଠରିରେ କଟୁଛି ଦିନ ରାତି ।
ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା କମାଉଥିଲେ ଉଭୟ ଦମ୍ପତ୍ତି । ଯେଉଁଥିରେ କି ଦାମି ଦାମି ଜିନିଷରେ ଘରକୁ ସଜାଉଥିଲେ । ବିଶେଷ କରି ଉଭୟଙ୍କ ଅଧିକ ସଉକ ଥିଲା ସୁନା ଗହଣାରେ। ଭାଇରାଲ ହୋଇଥିବା ଅନେକ ଫଟୋରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ସୁନାରେ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି ।
ଅର୍ଚ୍ଚନା ବେକରେ ମୋଟା ହାର ଲଗାଇଥିବା ବେଳେ, ଜଗବନ୍ଧୁ ମଧ୍ୟ ବେକରେ ଓ ହାତରେ ସୁନାର ଚେନ ଲଗାଇଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ଏହି ଫଟୋ ଦେଖିଲେ ସୁନା ପ୍ରତି ଉଭୟଙ୍କ ଦୁର୍ବଳତା ଥିବା ବେଶ ବାରି ହୋଇପଡୁଛି । ତେବେ ପିନ୍ଧିବେନିବା କେମିତି ପାଖରେ ଯାହାର ଟଙ୍କା ଅଛି ତାହାର ସୁନା ପିନ୍ଧିବାର ସଉକ ବା ହେବନି କେମିତି ।
ଧନତେରସରେ ସୁନା ଦୋକାନ ଯାଉଥିଲେ ଉଭୟ ଦମ୍ପତ୍ତି । ସେଠାରେ ତାଙ୍କୁ ଦିଆଯାଉଥିଲା ଭିଆଇପି ଟ୍ରିଟମେଣ୍ଟ। । ସ୍ପେଶାଲ ଓ୍ବେଟିଙ୍ଗ ଜୋନରେ ଅର୍ଚ୍ଚନା ଆଗରେ ସେଲସ ମ୍ୟାନ ସୋ କରୁଥିଲେ ମନଲାଖି ଗହଣା । କେତେବେଳେ ହାତ ପାଇଁ ତ କେତେବେଳେ ବେକ ପାଇଁ ପୁଣି କେତେବେଳେ ସୁନାର ଅଣ୍ଟାବିଛା କିଣି ଖୁସି ହେଉଥିଲା ଅର୍ଚ୍ଚନା ।
କେବଳ ଅର୍ଚ୍ଚନା ନୁହେଁ ସ୍ବାମୀ ଜଗବନ୍ଧୁ ମଧ୍ୟଙ୍କର ଥିଲା ସୁନାର ସଉକ । ଧନତେରସକୁ ବେସ ଧୁମଧାମରେ ପାଳନ କରୁଥିଲେ ଉଭୟ । ଆଉ କିଣୁଥିଲେ ଭେରାଇଟର ସୁନାଗହଣା । ଏଥର କିନ୍ତୁ ଲେଡି ବ୍ଲାକମେଲରଙ୍କ ପାଇ ମହଙ୍ଗା ପଡିଛି ବ୍ଲାକମେଲିଂ ଓ ଟଙ୍କା ହଡପ କରିବା । ଯାହାକୁନେଇ ଜେଲରେ ଚାରିକାନ୍ଥ ଏବେ ନାଗ ଚାନ୍ଦ ଦମ୍ପତି ପାଇ ହୋଇଛି ପାପର ପ୍ରାୟଶ୍ଚିତ ସ୍ଥାନ ।
ଅର୍ଚ୍ଚନା ମାମଲାରେ ସ୍ବାମୀ ଗିରଫଦାରୀ ପରେ ଏବେ ଖଗେଶ୍ବର ଉପରେ ପୋଲିସର ନଜର । ଖଗେଶ୍ବରକୁ ଧରିବାକୁ ବିଭିନ ସ୍ଥାନରେ ଚଢାଉ କରିଛି କମିଶନରେଟ୍ ପୋଲିସ। ଅନ୍ୟପଟେ ଖଗେଶ୍ବର ଆଗୁଆ ଜାମିନପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଛି ପୋଲିସ ।
ତା ପୁର୍ବରୁ ଗିରଫଦାରି ପାଇ ଖଗେଶ୍ବର ପଛରେ କମିଶନରେଟ ପୋଲିସ ଟିମ । ସେପଟେ ଅର୍ଚ୍ଚନାର ଆର୍ଥିକ କାରବାରର ଛାନଭିନ ଚଳାଇଛି ପୋଲିସ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜଏଣ୍ଟ ଆକାଉଣ୍ଟର ନେଣଦେଣର ଯାଞ୍ଚ ଚାଲିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।