Exclusive – ସ୍ଥାୟୀ ନିଯୁକ୍ତି ଆମର ଦାବି ,ଯଦି ନ ମିଳିବ ନିଆଁ ଜଳିବ ଏମିତି କହିଲେ ମହିଳା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 23

ଆଜି ଲୋୟର ପି.ଏମ୍‌.ଜି. ଠାରେ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଂଘ ତରଫରୁ ଏକ ବିଶାଳ ରାଲିରେ ସବୁ ଜିଲ୍ଲାରୁ ‘ପାର୍ଟ-ଟାଇମ୍‌’ ସ୍କିମ୍‌ରେ ନିଯୁକ୍ତି ପାଇଥିବା ଶିକ୍ଷକ / ଶିକ୍ଷୟିତ୍ରୀମାନେ ନିୟମିତ ଶିକ୍ଷକ ମାନ୍ୟତା ପାଇବା ପାଇଁ ଆନ୍ଦୋଳନ କରିଥିଲେ ।

ମାସକୁ ମାତ୍ର ୫ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା ପାର୍ଟ ଟାଇମ୍ ଶିକ୍ଷକମାନେ ଦିବା ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ସ୍କୁଲ୍‌ମାନଙ୍କରେ ପିଲାଙ୍କୁ ଗୀତ, ନାଚ ଶିଖାଇବା ସହ କ୍ରୀଡା ଏବଂ ପାଠ ପଢାଇବାକୁ ପଡୁଥିବାର ଏବଂ ପାର୍ଟ ଟାଇମ୍ ଶବ୍ଦ ବ୍ୟବହାର ହେଉଥିବାରୁ ଆମର ସମ୍ମାନ ହାନି ସହ କମ୍ ଦରମାରେ କେମିତି ଚଳିବୁ ବୋଲି ପ୍ରଶ୍ନ କରିବା ସହ ସରକାର ଆମକ ମାରି ଦିଅନ୍ତୁ ବୋଲି କ୍ଷଭୋଭରା କଣ୍ଠରେ କହିଛନ୍ତି ଶିକ୍ଷୟିତ୍ରୀ ସତ୍ୟଜିତା ରାଉତ ।

ସେହିଭଳି ଆମେ ଦୀର୍ଘ ୨୦୧୩ ମସିହାରୁ ବାରମ୍ବାର ଆନ୍ଦୋଳନ କରିଆସୁଅଛୁ, ହେଲେ ସରକାର ଆମକୁ ସ୍କିମ୍ ଚାକିରୀ କରି ଆମ ଦାବି ଶୁଣୁନାହାନ୍ତି । ବାରମ୍ବାର ମିଥ୍ୟା ପ୍ରତିଶ୍ରତି ଦେଇ ଠକୁଥିବା ବେଳେ ଏ ସରକାର କ’ଣ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡା ଓ କଳା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଅସମର୍ଥ କି ବୋଲି ପ୍ରଶ୍ନ କରିଛନ୍ତି ସଂଘର କାର୍ଯ୍ୟକାରୀ ସଭାପତି ମାନସ କୁମାର ମହାନ୍ତି ।

ସରକାର ଯଦି ପାର୍ଟ-ଟାଇମ୍ ଶବ୍ଦ ଉଚ୍ଛେଦ ନ କରନ୍ତି ଓ ଆମକୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି, ତେବେ ଆମେ ସବୁ କଳା ଓ କ୍ରୀଡା ଶିକ୍ଷକମାନେ ପରିବାର ସହ ରାଜରାସ୍ତାରେ ଆମରଣ ଅନଶନ କରିବୁ ବୋଲି ଚେତାବନି ଦେଇଛନ୍ତି କାର୍ଯ୍ୟକାରୀ ସଭାପତି ମାନସ କୁମାର ମହାନ୍ତି ।


ତେଜୁଛି ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି। ନଚେତ ଆଗାମୀ ଦିନରେ ଲୋକସେବା ଭବନ କରିବାକୁ ଚେତାବନୀ ଦେଇଛି ଓଡ଼ିଶାର ସଂଘ। କେନ୍ଦ୍ରୀୟ କମିଟି ଅଧୀନରେ ପଶ୍ଚିମ ଓଡିଶାର ସମସ୍ତ ବାର ଆସୋସିଏସନର ସଦସ୍ୟମାନେ ମାଷ୍ଟର କ୍ୟାଣ୍ଟିନରୁ ଲୋକସେବା ଭବନ ପର୍ଯ୍ୟନ୍ତ ଏକ ରାଲି କରିବେ ବୋଲି ଜଣାପଡିଛି।ଯଦି ସରକାର ସେମାନଙ୍କର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ନ ହୁଅନ୍ତି ତେବେ ସେମାନେ ଲୋକସେବା ଭବନରେ ପ୍ରବେଶ କରିବେ ବୋଲି ଓକିଲମାନେ ଚେତାବନୀ ଦେଇଛନ୍ତି।

ଓକିଲମାନେ ଅଭିଯୋଗ କରିଛନ୍ତି ଯେ ଯଦିଓ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବିସ୍ତୃତ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛି, ତଥାପି ସରକାର ଚୁପ୍ ରହିଛନ୍ତି। ପଶ୍ଚିମ ଓଡିଶାର କିଛି ବିଧାୟକ ଓକିଲଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

କେନ୍ଦ୍ରୀୟ କାର୍ଯ୍ୟ କମିଟିର ସଚିବ ବିଶ୍ୱଜିତ ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସହ ବିଭିନ୍ନ ପ୍ରସଙ୍ଗ ଉଠାଉଥିବାବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ଉପରେ ସେ ନୀରବ ରହିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ କେଉଁ କାରଣ ପାଇଁ ନବୀନ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି।

ଆଇନଜୀବୀ ସଂଘର ଅଧ୍ୟକ୍ଷ ପ୍ରଦୀପ ବାହିଦର କହିଛନ୍ତି, ଯଦିଓ ଆମେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ସହ ଆଲୋଚନା କରିବାକୁ ଦାବି କରିଛୁ, ତଥାପି ସରକାର ଆମର ଦାବିକୁ ଧ୍ୟାନ ଦେଉ ନାହାଁନ୍ତି।ସେହିପରି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, ହାଇକୋର୍ଟ ବେଞ୍ଚ ବିଷୟରେ କେନ୍ଦ୍ର ସ୍ପଷ୍ଟ କରିବା ପରେ ଓଡିଶା ସରକାର ନିରବ ରହିବା ନିନ୍ଦନୀୟ। ତେଣୁ ସରକାର ଅଧିକ ବିଳମ୍ବ ନକରି ବେଞ୍ଚ ପ୍ରତିଷ୍ଠା କରିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.