ଦମନ ଫିଲ୍ମ ଦେଖିବାକୁ ଆସନ୍ତୁ ଆଉ ଗୋଟେ ଟିକେଟରେ ମାଗଣା ଦମ ବିରିୟାନୀ ପାଅନ୍ତୁ

0 113

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ । ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟେ ପ୍ରକାଶ ପାଇଛି । ଆଉ ଯେଉଁଠି ବାବୁସାନ ତାଙ୍କର ଆସିଥିବା ନୂଆ ଫିଲ୍ମ ଦମନ ରିଲିଜ୍ ବିଷୟରେ କହିବା ସହିତ ଫିଲ୍ମ ଦୁନିଆ ସହିତ ଜଡିତ ଥିବା ବିଭିନ୍ନ କଥା କୁ ପ୍ରକାଶ କରିଛନ୍ତି ।

ଆଉ ତାହା ସହିତ ତାଙ୍କର ବିଭିନ୍ନ ଫିଲ୍ମ ରେ କାମ କରିବାର ଏକ୍ସପ୍ରିଏନ୍ସ ବିଷୟରେ ମଧ୍ୟ ସମସ୍ତ ଙ୍କ ସହିତ ଆଗରୁ ସେୟାର କରିଥିଲେ । ତାହେଲେ ଭାଇରାଲ ହେଉଥିବା ବାବୁସାନ ଙ୍କ ର ଏହି ଜବରଦସ୍ତ ଚଳଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଉ ଏହି ଚଳଚିତ୍ର ପାଇଁ ସମଗ୍ର ରାଜ୍ୟବାସୀ ପ୍ରଶଂସା ର ସୁଅ ଛୁଟାଇଛନ୍ତି। ଆଉ ବର୍ତ୍ତମାନ ଏହି ଚଳଚିତ୍ର ହିନ୍ଦୀ ରେ ମଧ୍ୟ ଡବିଙ୍ଗ ହେବାକୁ ଯାଉଛି।

 

ତେବେ କିଛି ଦିନ ତଳେ ଲୋକସଭା ଭବନ କନଭେନସନ ସେଣ୍ଟରରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଦମନ। ତେବେ ମ୍ୟାଲେରିଆ ନିରାକରଣ ଉପରେ ପର୍ଯ୍ୟବେସିତ ଚଳଚିତ୍ର ଟି ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିଲା । ଏ ନେଇ ପ୍ରତ୍ୟେକ ଜିଲ୍ଲାରେ ଦମନ ଚଳଚିତ୍ର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଚଳଚ୍ଚିତ୍ର ର କାହାଣୀ ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ଓ ଏହି ଚଳଚିତ୍ର ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି। ଚଳଚିତ୍ର କୁ ରାଜ୍ୟ ସରକାର ମଧ୍ୟ କରମୁକ୍ତ ଦେଇଥିଲେ ବୋଲି ସୂଚନା ମଧ୍ୟ ମିଳିଥିଲା। ୮୬ ବର୍ଷ ର ଓଡ଼ିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ ବୋଲି କହିଥିଲେ ଓଡ଼ିଶା ଚଳଚିତ୍ର ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ।

ତେବେ ବର୍ତ୍ତମାନ ସମୟରେ କେତେବେଳେ ହଲ୍ ଖୋଲିବ ଆଉ ସେମାନେ ଦମନ ଫିଲ୍ମ ଦେଖିବେ। ଜାଡ଼କା ଠାରେ ଥିବା A1 ଟୋକିଚର ଯେଉଁ ମାଲିକ ଅଛନ୍ତି ସେ ମାଲିକ ଫିଲ୍ମ କୁ ନେଇ ଏକ ଦମ୍ ବିରିୟାନୀ ଘୋଷଣା କରିଛନ୍ତି।

 

ଯାହା ବିଗତ କିଛିଦିନ ତଳେ ଘୋଷଣା କରିଥିଲେ ଯେ ଯେଉଁ ଲୋକେ ଗୋଟିଏ ଟିକେଟ କାଟିବ ସେ ଗୋଟିଏ ଦମ୍ ବିରିୟାନୀ ମାଗଣାରେ ଖାଇବ। ତେବେ ମାଲିକଙ୍କୁ ଏ ବିଷୟରେ ପଚାରିଥିଲେ କଣ ପାଇଁ ଏମିତି କାହିଁକି କରିଥିଲେ। ଆଉ ସେ କହିଥିଲେ ଫିଲ୍ମ ଟି ବର୍ତ୍ତମାନ ଭାରତରେ ପ୍ରସିଦ୍ଧ ହେଲାଣି, ଆଉ ରାଜ୍ୟ ସରକାର ମଧ୍ୟ ଏହି ଫିଲ୍ମ ପାଇଁ ଟିକସ ଛାଡ଼ କରିଛନ୍ତି। ସେଥିପାଇଁ ସେ ଏମିତି ପଦକ୍ଷେପ ନେଇଥିଲେ ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.