Panchuka 2022 – ମହା ପଞ୍ଚୁକ ( 04 November ) ଏହି କାମ କଲେ ମହାପୁଣ୍ୟ ପ୍ରାପ୍ତି ହେବ |

0 114

ଧର୍ମରେ କାତ୍ତିର୍କ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ଗ୍ରହଣ କରାଯାଇଛି । ଏହି ମାସଟି ଶରତ ପୂର୍ଣ୍ଣିମାଠାରୁ ଆରମ୍ଭ କରି କୃତ୍ତିକା ନକ୍ଷତ୍ରଯୁକ୍ତ କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ସାଧାରଣତଃ ଇଂରାଜୀ ଅକ୍ଟୋବରରୁ ନଭେମ୍ବର ଭିତରେ କାର୍ତ୍ତିକ ମାସ ପଡ଼ିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳାରାଶିକୁ ପ୍ରବେଶ କରନ୍ତି, କାର୍ତ୍ତିକ ମାସ ଆରମ୍ଭ ହୁଏ । ମହା କାର୍ତ୍ତିକ ମାସରେ ଅନେକମହତ୍ୱପୂର୍ଣ୍ଣ ପର୍ବପର୍ବାଣୀ ପଡ଼ିବା ସହିତ ମାସର ଯେକୌଣସି ଦିନ ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ ।

ପୁରାଣ ଅନୁସାରେ ଚତୁର୍ମାସ୍ୟା ଅବଧିରେ ଆଷାଢ଼଼ ଶୁକ୍ଳ ଦେବଶୟନ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଗମନ କରି କାର୍ତ୍ତିକ ଶୁକ୍ଳ ଦେବପ୍ରବୋଧିନୀ ବା ଦେବଉତ୍ଥାପନ ଏକାଦଶୀରେଯୋଗନିଦ୍ରାରୁ ଉଠିଥାଆନ୍ତି ଏବଂ ପବିତ୍ର ସମୟର ଆଗମନ ହୋଇଥାଏ ।

ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବା ସୁନା ବେଶରେ ମହାପ୍ରଭୁ ଦର୍ଶନ ଦେଇଥାନ୍ତି ।କାର୍ତ୍ତିକ ମାସର ଏହି ଶେଷ ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ , ବକ ପଞ୍ଚୁକ ବା ମହା ପଞ୍ଚୁକ କୁହାଯାଏ । ପାଞ୍ଜି ଅନୁସାରେ ପଞ୍ଚକ ଯଦି ଛ’ଦିନ ପଡ଼େ ତେବେ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଆଧ୍ୟାତ୍ମିକତା ତଥା ସାଂସ୍କୃତିକ ଦୃଷ୍ଟିରୁ ପୂଣ୍ଣିମା ଦିନଟି କାର୍ତ୍ତିକ ମାସର ସର୍ବଶ୍ରେଷ୍ଠ ବୋଲି ଧରାଯାଏ ।

ମାସସାରା ପାଳିନଥିବା ଲୋକେ ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଛୋଟ ଡଙ୍ଗାରେ ଦୀପ ଜାଳି ଓ ସେଥିରେ ପାନ ଗୁଆ ରଖି ଭସାଇ ଥାଆନ୍ତି । ଏହା ଆମର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସାଙ୍କେତିକ ସ୍ମୃତି ବହନ କରେ ।ବିଶ୍ୱାସ ରହିଛି ଯେ ଏହି ଦିନ ପ୍ରତ୍ୟୁଷରୁ ସ୍ନାନ ପୂର୍ବକ ଦେବଦର୍ଶନ କଲେ ପୁଣ୍ୟ ଲାଭ ହୋଇଥାଏ ।

କାର୍ତ୍ତିକ ମାସ ପଞ୍ଚୁକ ୫ ଦିନରେ ଭଗବାନ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାହିଁକିନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ।

ତେଣୁ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ।ଦିନ କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସେଇବେ ତେବେ ଆପଣଙ୍କର ସବୁ ଇଛା ସବୁ ମନସ୍କାମନା ବହୁତ ଶୀଘ୍ର ପୁରଣ ହୋଇଥାଏ।

କିନ୍ତୁ ଯଦି ଆପଣ ପେପରରେ ତିଆରି କିମ୍ବା ସୋଲରେ ତିଆରି ଡ଼ଙ୍ଗା କିଣି ଭସାଇବେ ତାହେଲେ ଧ୍ୟାନ ରଖିବେ କି ଆପଣ ଯେଉଁ ଦୀପ ବା ମହମବତୀ ସେଥିରେ ଲଗାଇଥିବେ ଧ୍ୟାନ ରଖିବେ ଯେ ତାହା କିଛି ବାଟ ଭାସିଯାଇ ଜଳି ନଯାଉ। ଏମତି ହେବା ଦ୍ୱାରା ଆପଣଙ୍କର ମନସ୍କାମନା ସେମିତି ଅଧୁରା ହୋଇ ରହିଯିବ। କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସାଇବା ସବୁଠାରୁ ଭଲ ହୋଇଥାଏ।

ମହାପଞ୍ଚୁକରେ ଆପଣ ଗରିବ ଲୋକଙ୍କୁ ଦାନ କରନ୍ତୁ। କିଛିଦ୍ରବ୍ୟ ଦିଅନ୍ତୁ କିଛି ଖାଇବାକୁ ଦିଅନ୍ତୁ। ଏହିପରି ଦାନ ଧର୍ମ ଏହିକାର୍ତିକ ମାସ ମହାପଞ୍ଚୁକ ରେ କରନ୍ତୁ। ଏପରି କଲେ ବହୁତ ଶୁଭ ହୋଇଥାଏ। ଏହି ଅସହାୟ ଏବଂ ବିକଳାଙ୍ଗ ଲୋକଙ୍କୁ ଦାନ କଲେ ଭଗବାନ ଶନିଦେବ ଖୁସି ହୋଇ ଆପଣଙ୍କ ଉପରେ କୃପା ବର୍ଷା କରିଥାନ୍ତି। ସେଥିପାଇଁ ଆପଣଙ୍କ ସକ୍ଷମ ଅନୁଯାୟୀ ଦାନଧର୍ମ ନିଶ୍ଚୟ କରନ୍ତୁ। ଆପଣଙ୍କ ଭାଗ୍ୟର ତାଲା ନିଶ୍ଚୟ ଖୋଲିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.