Chandragrahan 2022,ଚନ୍ଦ୍ର ଗ୍ରହଣ ୨୦୨୨ (08 November)ହାଣ୍ଡିଛାଡ ସଠିକ ସମୟ |4ଟି ରାଶି କୋଟିପତି|

0 2,611

କାର୍ତ୍ତିକ ମାସ ରେ ଉଭୟ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ପଡ଼ୁଛି। ଏହି ସମୟ ରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବା ରୁ ମହାପ୍ରଭୁ ଙ୍କ ନୀତି କାନ୍ତି ବିଳମ୍ବ ହେବ। ଏଣୁ ଏହି ଦିନ ବିଳମ୍ବିତ ନୀତି କାନ୍ତି ପାଇଁ ଭକ୍ତ ଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନି ଯୋଗ ବୈଠକରେ ଏ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଛି। ‌ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ରେ କେଉଁ ସମୟ ରେ ନୀତି କାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି।

ଅକ୍ଟୋବର ୨୫ ତାରିଖ ରେ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି। ଏହି ଦିନ ଅପରାହ୍ଣ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ରେ ନୀତିକାନ୍ତି ରେ ପରିବର୍ତ୍ତନ କରାଯାଇଛି।

ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ନଭେମ୍ବର ୮ ତାରିଖ ରେ ଅପରାହ୍ଣ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ଏଣୁ ଏହିଦିନ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି।

ଏହି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ରେ ହେବ। ଏ ନେଇ ଶ୍ରୀମନ୍ଦିର ନୀତିକାନ୍ତି ରେ ବି ପରିବର୍ତ୍ତନ କରାଯାଇଛି। ଏହିଦିନ ଗ୍ରହଣ ସ୍ପର୍ଶ ପ‌ରେ ମହାପ୍ରଭୁ ଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। କିନ୍ତୁ ଅନ୍ୟ ଦେବା ଦେବୀ ମନ୍ଦିର ରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ।


୨୫ ତାରିଖ ପାଇଁ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ରାତି ୧୨ ଟା ରେ ଦ୍ବାର ଫିଟା ପରେ ସାଢ଼େ ୧୨ ଟା ରେ ମଙ୍ଗଳ ଆଳତି, ରାତି ୨ ଟା ରେ ଦ୍ବାରପାଳ ପୂଜା, ୨ଟା ୨୦ରେ ଗୋପାଳବଲ୍ଲଭ, ସାଢ଼େ ୨ଟା ରୁ ସାଢ଼େ ୩ଟା ସକାଳ ଧୂପ(କୋଠଭୋଗ)!

୩ଟା ୪୦ରେ ଭୋଗମଣ୍ଡପ ଉଠିବ, ଭୋର ୪ଟାରେ ବାଳଧୂପ, ୪ଟା ୧୫ରେ ଅମାବାସ୍ୟା ଠାକୁର ଶ୍ରୀନାରାୟଣ ଙ୍କ ସାଗର ବିଜେ, ୪ଟା ୧୫ରୁ ୪ଟା ୪୦ ପର୍ଯ୍ୟନ୍ତ ମଇଲମ ଓ ବେଶ ଏବଂ ଭୋର ୪ଟା ୫୫ରେ ଭୋଗମଣ୍ଡପ ଶେଷ ହେବ।

୭ଟା ୪୦ରେ ମଇଲମ ନୀତି ଅନୁଷ୍ଠିତ ହେବ। ଏଣୁ ଅକ୍ଟୋବର ୨୫ ସୂର୍ଯ୍ୟପରାଗ ପାଇଁ ପୂର୍ବ ରାତି ପହୁଡ଼ ପରଠାରୁ ପରଦିନ ସକାଳ ପ୍ରାୟ ୫ଟା ପର୍ଯ୍ୟନ୍ତ ଭକ୍ତ ଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ରହିବ। ସେହି ଭଳି ନଭେମ୍ବର ୮ ତାରିଖ ଚନ୍ଦ୍ରଗ୍ରହଣ ପାଇଁ ପୂର୍ବ ରାତି ପହୁଡ଼ଠାରୁ ପରଦିନ ସକାଳ ପ୍ରାୟ ୭ଟା ୪୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.