breaking news-ଆହୁରି ଶସ୍ତା ହେଲା LPG ଗ୍ୟାସ୍‌…ଜାଣନ୍ତୁ, ! ପ୍ରଧାନ ମନ୍ତ୍ରୀ କଲେ ବଡ ଘୋଷଣା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ..

0 127

ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ୍‌ LPG ସିଲିଣ୍ଡର ର ଦାମ୍‌ ହ୍ରାସ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୨୫ ଟଙ୍କା ୫୦ ପଇସା ହ୍ରାସ ପାଇଛି।ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଆଜି ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି ।

୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ୨୫.୫ ଟଙ୍କା କମିଛି । ଫଳରେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୮୮୫ ଟଙ୍କା ରୁ ହ୍ରାସ ପାଇ ୧,୮୫୯ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଜୁନ ରୁ ଅଦ୍ୟାବିଧି ୬ ଥର କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ରେ ହ୍ରାସ ହେଲାଣି । କିନ୍ତୁ ଏଥର ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟ ରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କା ରେ ଅପରିବର୍ତ୍ତିତ ରହିଛି ।

ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହର ରେ ଶସ୍ତା ହୋଇଛି। କୋଲକାତା ରେ ଏହି ଦାମ୍‌ ହ୍ରାସ ପାଇ ୧,୯୫୯ ଟଙ୍କା ହୋଇଥିବା ବେଳେ ମୁମ୍ବାଇ ରେ ୧,୮୧୧ ଟଙ୍କା ୫୦ ପଇସା ରହିଛି। ତେବେ ଘରୋଇ LPG ସିଲିଣ୍ଡର ଦାମ୍‌ ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ସୁଚନା ଥାଉ କି, ଗତ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୦୦ ଟଙ୍କା ହ୍ରାସ ପାଇଥିଲା। ଦିଲ୍ଲୀ ରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଥିବା ବେଳେ, କୋଲକାତା ରେ ୧୦୦ ଟଙ୍କା,

ମୁମ୍ବାଇ ରେ ୯୨ ଟଙ୍କା ୫୦ ପଇସା, ଚେନ୍ନାଇ ରେ ୯୬ ଟଙ୍କା ଶସ୍ତା ହୋଇଥିଲା। ସୂଚନା ଥାଉ କି, ଗତ ଜୁଲାଇ ୬ ରୁ ଘରୋଇ ସିଲିଣ୍ଡର ଦାମ୍‌ ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅର୍ଥାତ୍‌ ଏ ବେବି ପୂର୍ବ ଦାମ୍‌ ରେ ଗ୍ରାହକ ଘରୋଇ ସିଲିଣ୍ଡର କିଣି ପାରିବେ।

ବର୍ତ୍ତମାନ ପାର୍ବଣ ଋତୁ ଚାଲି ଥିବା ବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରା ରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା’ ଷ୍ଟଲ ଏବଂ ସ୍କୁଲ ଓ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡର ର ବଡ ଉପଭୋକ୍ତା ଅଟନ୍ତି ।

ଗ୍ୟାସ ଦାମ୍ ବଢିଲେ ସେମାନେ ଖାଦ୍ୟ ପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି । ତେବେ ଗତ ସେପ୍ଟେମ୍ବର ୧ରେ ତୈଳ ବିପଣନ କମ୍ପାନୀ ଗୁଡିକ କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ ରେ ୯୧ଟଙ୍କା୫୦ ପଇସା ହ୍ରାସ କରିଥିଲେ । ସେହିପରି ଅଗଷ୍ଟ ପହିଲାରେ ଏହା ୩୬ ଟଙ୍କା ଶସ୍ତା ହୋଇଥିଲା ।

ପ୍ରତ୍ୟେକ ମାସର ପହିଲାରେ ଗ୍ୟାସ୍‌ କମ୍ପାନୀ ଗୁଡ଼ିକ ସିଲିଣ୍ଡର ଦାମ୍‌ ସ୍ଥିର କରିଥାନ୍ତି। ଏହା ପୂର୍ବରୁ ଅଗଷ୍ଟ ୧ରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଥିଲା। ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା ହ୍ରାସ ପାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.