Breacking News – ମୁଖ୍ୟ ମନ୍ତ୍ରୀଙ୍କ ବଡ ଘୋଷଣା।ଉଠିଲା ଠିକା ଚାକିରି,ବଢ଼ିଲା ଏତିକି ଟଙ୍କା ଜଣାନ୍ତୁ ସମ୍ପୂର୍ଣ ଘଟଣା ବିଷୟରେ…..

0 146

ରାଜ୍ୟରୁ ଉଠିଲା ଚୁକ୍ତିଭିତ୍ତିକ ଚାକିରି ପ୍ରକ୍ରିୟା । ଏଣିକି ନିୟମିତ ହେବେ ସବୁ କର୍ମଚାରୀ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ଏନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ତେବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଠିବା ପରେ ସେଲିବ୍ରେସନ କରିଛନ୍ତି ଠିକା କର୍ମଚାରୀ । ବଜା ବଜାଇ ବାଣ ଫୁଟାଇ ଭୁବନେଶ୍ୱରରେ ଖୁସି ଜାହିର କରିଛନ୍ତି ଚୁକ୍ତି ଭିତ୍ତିକ କର୍ମଚାରୀ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଠିକା ଓ ଆଉଟସୋର୍ସିଂ ଚାକିରିକୁ ନେଇ ରାଜ୍ୟରେ ଅନେକ କଥା ଉଠିଛି । ରାଜ୍ୟରେ ବେକାରୀ ବଢୁଥିବା ବେଳେ ସରକାର ଠିକା ଚାକିରି ଦେଇ ଯୁବକମାନଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି । ଏ ଚାକିରିରେ ନା ସ୍ଥାୟିତ୍ୱ ଅଛି ନା ଏ ଚାକିରି କଲେ,

ଜୀବନରେ ବି ସ୍ଥାୟୀ ବୋଲି କିଛି ହେବ । ଜଣେ ପାନ ଦୋକାନ କଲେ, ଯେତିକି ପଇସା ପାଇ ଥାଆନ୍ତା, ତା’ଠାରୁ ଢେର କମ ଦରମାରେ ସରକାରୀ ଚାକିରି ଖଣ୍ଡେ ଦେଇ ଯୁବକମାନଙ୍କୁ ବେଠି ଖଟାଇବାଠାରୁ ନିକୃଷ୍ଟ ଉଦାହରଣ ଆଉ କିଛି ନ ଥାଇପାରେ ।

ଯେତେବେଳେ ରାଜ୍ୟର ଠିକା ଓ ଆଉଟସୋର୍ସିଂ ଚାକିରିଆମାନେ ତାଙ୍କ ଚାକିରି ସର୍ତ୍ତାବଳୀ ଓ ସମାନ କାମକୁ ସମାନ ଦରମା ନେଇ ଡିଜିଟାଲ ଆନ୍ଦୋଳନ କରିଛନ୍ତି, ସେଇ ସମୟରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୭ ଜୁଲାଇ ୨୦୨୦ରେ ପ୍ରକାଶିତ ଏକ ସରକାରୀ ନିର୍ଦ୍ଦେଶନାମାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ସେଥିରେ କହିଛନ୍ତି- ଚାକିରିରେ ଦରମା, ସ୍ଥାୟିତ୍ୱ କିମ୍ବା ଚାକିରି ସର୍ତ୍ତାବଳୀ ଆଦି ନେଇ କେହି ସାମାଜିକ ଗଣମାଧ୍ୟମରେ କିଛି ବି ପ୍ରକାଶ କରିପାରିବେ ନାହିଁ । ଯଦି ଏହା କଲେ, ତେବେ ସରକାରୀ ଆଇନର ଉଲ୍ଲଂଘନ ବୋଲି ଜଣାପଡ଼ିବ ଓ ତାଙ୍କର ଚାକିରି ଚାଲି ଯାଇପାରେ ।

ଯୋଉ ବିଭାଗକୁ ଆପଣ ଆଖି ପକେଇବେ, ସେଠି ଠିକା ଚାକିରିରେ କର୍ମଚାରୀ ଭରପୁର । ଗଣଶିକ୍ଷା, ସ୍ୱାସ୍ଥ୍ୟ ବା ଯେଉଁ ବିଭାଗ ଆପଣଙ୍କ ଆଖିକୁ ଆସୁଛି । ସ୍କୁଲ ମାଷ୍ଟର ସବୁଦିନେ ଆସି ବିଧାନସଭା ରାସ୍ତାରେ ବସିଥିବେ । ବର୍ଷରେ ଯୋଉଦିନ ଅନେଇବେ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଠିକା ସ୍କୁଲ ମାଷ୍ଟର୍ ନ ହେଲେ ଠିକା କଲେଜ ଅଧ୍ୟାପକ ଧାରଣାରେ ବସିଥିବେ । ଦାବି ବି ଯୁକ୍ତିଯୁକ୍ତ- ସେତିକି ପଇସାରେ ବଂଚିବାଟା ମୁସ୍କିଲ୍ । ସୁପ୍ରିମକୋର୍ଟ ପରା କେବେଠାରୁ କହି ସାରିଛି ସମାନ କାମକୁ ସମାନ ଦରମା ।

ଠିକା କର୍ମଚାରୀ ବିଚରା ସବୁକାମ କରିବ । ଆବଶ୍ୟକତାଠୁ ଅଧିକ କାମ କରିବ । କାରଣ- ନ ହେଲେ ତା’ର ଚାକିରି ଯିବାର ଭୟ ଅଛି । ଆଉ ଗୋଟେ ଦିଗକୁ ବି ଏଇଠି ଦେଖିବା । ଯୋଉଠି ଠିକା କର୍ମଚାରୀ ଅଛନ୍ତି, ତାଙ୍କୁ ସଂପୃକ୍ତ କାର୍ଯ୍ୟାଳୟ ବା ଅନୁଷ୍ଠାନ ଇଚ୍ଛା ଅନୁସାରେ କାମରେ ଲଗାଏ ।

ଠିକା ଚାକିରି କାଳରେ ଅନ୍ୟ ଆଡ଼େ ଚାକିରି ପାଇଁ ଆବେଦନ କରିବା ବି ସତେ ଯେମିତି ଗୋଟାଏ ପାପ । ସେ ଆବେଦନପତ୍ର ବହୁ କଷ୍ଟରେ ସୁପାରିଶ କରାଯିବ । ଅଭିଜ୍ଞତା ପ୍ରମାଣପତ୍ର ମିଳିବନି । ଋଣ ପାଇଁ ଦରମା ସଂପର୍କତ ପ୍ରମାଣପତ୍ର ମିଳିବନି । ଋଣ ପାଇଁ ବ୍ୟାଙ୍କ ସଫା ମନା କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.