ବିବାହ ବନ୍ଧନରେ ବାନ୍ଧିହେବା ପରେ ଦେଖନ୍ତୁ ରିୟାଙ୍କର ଶାଶୂ ଘରେ ପ୍ରଥମ ଦିନ ସେ କେମିତି କଟିଲେ ? ଦେଖନ୍ତୁ Full wedding ଭିଡିଓ

0 768

ରିୟା ଦେ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଖୁବ୍ ପସନ୍ଦ ମଧ୍ୟ କରନ୍ତି ଦର୍ଶକ। ଖୁବ୍ ଅଳ୍ପ ଦିନ ମଧ୍ୟରେ ନିଜର ଆକ୍ଟିଙ୍ଗ ଏବଂ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ଜିତି ପାରିଥିଲେ ରିୟା।ବର୍ତ୍ତମାନ ସମୟରେ ଅଭିନେତ୍ରୀ ରିୟା ଦେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚାରେ ରହିଛନ୍ତି। ଓଡ଼ିଆ କଥାଚିତ୍ର ‘ପ୍ରେମ ଅଢେଇ ଅକ୍ଷର’ ମାଧ୍ୟମରେ ଓଡିଆ ସିନେମା ଜଗତରେ ପାଦ ରଖିଥିବା ରିୟା ନିଜର ଦକ୍ଷତା ଏବଂ ପ୍ରତିଭା ପାଇଁ ଅନେକ ସଫଳତା ହାସଲ କରି ପାରି ଛନ୍ତି। ଆଉ ଦର୍ଶକ ମାନଙ୍କ ଭଲପାଇବା ମଧ୍ୟ ଜିତି ପାରିଛନ୍ତି।

 

ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଯାହାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ନିକଟରେ ରିୟାଙ୍କ ରିଙ୍ଗ ସେରେମନି ସମ୍ପନ୍ନ ହୋଇଥିଲା ଯାହାର ଫୋଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।ରିୟାଙ୍କ ରିଙ୍ଗ ସେରେମନିରେ କେବଳ ପରିବାର ଲୋକେ ହିଁ ସାମିଲ ଥିଲେ ଆଉ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ।

ଗତକାଲି ଅଭିନେତ୍ରୀ ରିୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ସମୟର କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ରିୟାଙ୍କ ବିବାହ ରେ ଓଲିଉଡ଼ ଓ ଟେଲି ଜଗତର ନାମୀଦାମୀ କଳାକାର ମାନେ ଉପସ୍ଥିତ ହୋଇ ରିୟାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଥିଲେ।

ବିବାହରେ ରିୟା ବେଶ୍ ଖୁସି ଥିବାର ନଜର ଆସିଛନ୍ତି। ନବବଧୂ ବେଶରେ ରିୟା ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ରିୟାଙ୍କ ଏହି ବିବାହ ଲୁକ ମଧ୍ୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି। ତେବେ ରିୟାଙ୍କ ସ୍ବାମୀଙ୍କ ନାଁ ହେଉଛି ସୁନୀଲ ଦଳାଇ। ସୁନୀଲ ଜଣେ ବ୍ୟବସାୟୀ ଅଟନ୍ତି। ଦୀର୍ଘଦିନ ଧରି ଉଭୟ ପ୍ରେମ ସମ୍ପର୍କରେ ଥିଲେ। ଏବଂ ଗତକାଲି ଉଭୟ ବିବାହ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଛି।

ତେବେ ରିୟାଙ୍କ ବିବାହ ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ବିବାହ ସମୟର କିଛି ଭିଡିଓ ଏବଂ ଫୋଟ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି । ଆଉ ଯାହା ସୂଚନା ରହିଛି ବିବାହ ପରେ ଏବେ ରିୟା ତାଙ୍କ ଶାଶୁ ଘରେ ଅଛନ୍ତି ତାଙ୍କର ଗୃହପ୍ରବେଶର କିଛି ଫୋଟ ଏବଂ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ରିୟା ବହୁତ ଖୁସି ଥିବା ନଜର ଆସିଛନ୍ତି । ତେବେ ବିବାହ ପାଇଁ ରିୟାଙ୍କୁ ସୋସିଆଲ ମିଡିଆରୁ ବେଶ୍ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଫ୍ୟାନସ୍ ମାନେ।

 

Leave A Reply

Your email address will not be published.