lips care – ଶୀତଦିନେ ଓଠ ର ଯତ୍ନ କିପରି ନେବେ,କରନ୍ତୁ ଏହି ଚମତ୍କାରି ଉପଚାର…

0 4,308

ଥଣ୍ଡା ସମୟ ରେ ହେଉ ଅଥବା ଅନେକ ସମୟ ରେ ବହୁ ଲୋକ ଙ୍କ ଓଠ ଶୁଷ୍କ ହୋଇଥାଏ । ଏହା ସହ ଓଠ ରେ ଏକ କଳା ରଙ୍ଗ ର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ । ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣା ନ୍ତୁ ଏହି ଘରୋଇ ଉପାୟ ବିଷୟ ରେ ଶୀତ ଦିନ ରେ ଲିପ୍ ବାମର ବ୍ୟବହାର ପ୍ରାୟ ସମସ୍ତେ କରିଥାନ୍ତି ।

କିନ୍ତୁ ବଜାରରେ ମିଳୁଥିବା ଲିପ୍ ବାମ୍ ଗୁଡିକରେ ଅତ୍ୟଧିକ ମାତ୍ରାରେ କେମିକାଲ୍ସ ବ୍ୟବହାର ହୋଇଥାଏ । ଯାହା ଆମ ଓଠ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଘରେ ଲିପ୍ ବାମ୍ ତିଆରି କରି ବ୍ୟବହାର କରିବା ସବୁଠୁ ସୁରକ୍ଷିତ । ତେବେ ଆସନ୍ତୁ ଜାଣିବା ଘରେ ଲିପ୍ ବାମ୍ ପ୍ରସ୍ତୁତ କରିବାର ଉପାୟ ।

ଆବଶ୍ୟକ ସାମଗ୍ରୀ
ଘିଅ କିମ୍ବା ସିଆ ବଟର
ବିଟ
ବାଦାମ ତେଲ,ଭିଟାମିନ E କ୍ୟାପସୁଲ୍ ଓ ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପା କୁ ବାହାର କରି , ଏହାକୁ କୋରି ଦିଅନ୍ତୁ । କୋରା ହୋଇଥିବା ବିଟ ରୁ ପାଣି ବାହାର କରୁ ଦିଅନ୍ତୁ । ଭଲ ଭାବେ ପାଣି କୁ ଗୋଟିଏ ପାତ୍ର ରେ ରଖିଦେବେ । ତାପରେ ଦେଶୀ ଘିଅ ନେବେ ନ ହେଲେ ଯଦି ଆପଣ ଙ୍କ ପାଖରେ ସିଆ ବଟର ଥିବ ତ ହେଲେ ଆପଣ ମାନେ ୧ ଚାମଚ ଘିଅ କୁ ନେବେ ତାପରେ ଆପଣ ଘିଅ ଟିକୁ ମିଳେଇ ବା ପାଇ ଟିକେ ଗରମ କରି ଦେବେ ତାପରେ ଘିଅ ଟି ତରଳି ଯିବ ।

ଏହା ପରେ ଏଥିରେ ଆପଣ ମାନେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ କିମ୍ବା ଆପଣ ମାନେ ଭିଟାମିନ E କ୍ୟାପସୁଲ୍ ଓ ନଡ଼ିଆ ତେଲ ନେବେ ଏହା ପରେ ଆପଣ ମାନେ ବିଟ୍ ର ଜୁସ୍ କୁ ଦେଇଦେବେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲ ରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ ।

ବ୍ଯବହାର କରିବେ:-

ନିୟମିତ ଦିନ ସମୟ ରେ ୨ରୁ ୩ ଥର ଓ ରାତି ରେ ଥରେ ଏହାକୁ ଲଗାଇ ଶୁଅନ୍ତୁ । ଏକ ମାସ ଲଗାଇବା ପରେ ଏହାର ଚମତ୍କାରିତା ଅନୁଭବ କରି ପାରିବେ । ତାପରେ ଆପଣ ମାନେ ଓଠ କୁ ସ୍କର୍ବ କରିବା ପାଇଁ ଆପଣ ମାନେ କିଛି କ୍ଷୀର ର ସର କୁ ଓଠ ରେ ଲଗେଇବେ ।

ତା ପରେ ଆପଣ ମାନେ ଅଳ୍ପ ଟିକେ କ୍ଷୀର ସହିତ ମହୁ ନେବେ ଟିକେ ତା ପରେ ସେଥିରେ ଓଠ ରେ ମାଲିସ୍ କରିବେ । ଦେଖିବେ ଆପଣ ମାନେ ଶୀତ ଋତୁ ରେ କିପରି ଆରାମ ରେ ଦିନ ଗୁଡ଼ିକ ଯିବ ଆପଣ ଙ୍କୁ ଓଠ କଳା ଓ ଓଠ ଫାଟିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.