Bhanda recipe – ନୂଆ ଭାଉଜ ମାନେ ଏମିତି ପ୍ରସ୍ତୁତ କରନ୍ତୁ କଦଳୀ ଭଣ୍ଡା ତରକାରୀ ସମସ୍ତେ ହାତ ଚାଟି ଖାଇବେ | ଥରେ ଖାଇଲେ ବାର ବାର ଖାଇବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରତେକ ଦିନ ଆପଣ ମାନେ କିଛି ନା କିଛି ତରକାରୀ ଖାଇଥାନ୍ତି। ଆପଣ ମାନେ ଏହି ରେଶିପୀ କୁ ଥରେ ମାତ୍ର ସେବନ କଲେ ଆପଣ ମାନେ ଏହି କଦଳୀ ଭଣ୍ଡା ର ତରକାରୀ କୁ ହାତ ଚାଟି ଚାଟି ଖାଇବେ। ଏହି ପଦ୍ଧତିରେ ପ୍ରସ୍ତୁତ କରନ୍ତୁ କଦଳୀ ଭଣ୍ଡା ର ରେଶୀପି କୁ କଣ କଣ ସାମଗ୍ରୀ କୁ ଦେଖନ୍ତୁ।
ସାମଗ୍ରୀ :
କଦଳୀ ଭଣ୍ଡା – ୧ଟି,ଅଦା ଓ ରସୁଣ ପେଷ୍ଟ – ୫୦ ଗ୍ରାମ,ବିଲାତି – ୨ଟି (ବଡ଼),ପିଆଜ – ୧ଟି ବଡ଼,କାଜୁ -୫ ଟି କାଜୁ,ଚିନି – ୧ ଚା’ ଚାମଚ,ତେଜ ପତ୍ର – ୨ଟି,ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ,ହଳଦୀ ଗୁଣ୍ଡ – ୧ ଚା’ ଚାମଚ,ଆଳୁ – ୧ଟି ବଡ଼,ତେଲ – ୨ ଟେବୁଲ ଚାମଚ,ଗରମ ମସଲା – ୧ ଚା’ ଚାମଚ,ଲୁଣ – ସ୍ୱାଦ ଅନୁସାରେ!ପ୍ରଣାଳୀ-
ପ୍ରଥମେ କଦଳୀ ଭଣ୍ଡା କୁ ଛଡାଇ ଓ ଭଲ ଭାବେ ଧୋଇ ଛୋଟ ଛୋଟ(୨-୩ ସେ.ମି.) କରି କାଟି ରଖନ୍ତୁ । ଓ ଗୋଟିଏ ପ୍ୟନ୍ ଗ୍ୟାସ୍ ରେ ବସାନ୍ତୁ ସେଥି ରେ କିଛି ପାଣି ଓ ହଲଦି ପକାନ୍ତୁ ତାପରେ ଛଡେଇକି ରଖିଥିବା କଦଳୀ ଭଣ୍ଡା କୁ ସେ ଥିରେ ସିଯିବା କୁ ଦିଅନ୍ତୁ ।
ଏହି ସମୟ ରେ ଗୋଟାଏ ମସଲା ର ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ ସେଥିରେ ପିଆଜ, ଡ଼ାଳ ଚିନି , ଅଦା ରସୁଣ ପେଷ୍ଟ, ପାନ ମଧୁରି, ଟମାଟୋ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, କାଜୁ ଓ ଗୋଲମରିଚ ଦେଇକି ଗୋଟିଏ ପେଷ୍ଟ ଭଲ ଭାବରେ ଗୋଳାନ୍ତୁ!
ଏବେ ଏହାକୁ ହଳଦୀ ପାଣିରେ ଭିଯାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ରଖନ୍ତୁ ।ଆଳୁକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏହାକୁ ସିଝାଇ ଅଲଗା କାଢି ରଖନ୍ତୁ ।ପ୍ୟାନରେ ୨ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ ।ଏବେ ଏଥିରେ ୧ ଚା’ ଚାମଚ ଚିନି, ୧ ଚା’ ଚାମଚ ହଳଦୀ ଗୁଣ୍ଡ ଓ ତେଜ ପତ୍ର ପକାନ୍ତୁ ।
ଯେତେବେଳେ ଚିନି ଭଲ ଭାବରେ ଚିନି ମିଳେଇ ହୋଇ ଯିବ ସେତେ ବେଳେ ଅଦା ଓ ରସୁଣ ପେଷ୍ଟ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।ଏବେ କଟା ପିଆଜ ଓ ବିଲାତି ପକାଇ ୫ ମିନିଟ ଯାଏ କଶନ୍ତୁ ।
ପରେ କଟା ହୋଇ ରହିଥିବା କଦଳୀ ଭଣ୍ଡା ଓ ଆଳୁ କୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏବେ ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ୫ ମିନିଟ ଯାଏ କଶନ୍ତୁ ।ପରେ ୨୫୦ ମି.ଲି. ପାଣି ଦେଇ ଢାଙ୍କି ଦିଅନ୍ତୁ । ଏହାକୁ ୧୦ ମିନିଟ ଯାଏ ରାନ୍ଧନ୍ତୁ ।ଏବେ ଏହାକୁ ଗରମ ଗରମ ଗୋଟିଏ ପ୍ଲେଟ କୁ କାଢି ଦିଅନ୍ତୁ ତାପରେ କିଛି ଧନିଆ ପତ୍ର ଦେଇ ସପ କରିଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।