Bastu tips – ସିନ୍ଦୁର ଭିତରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ସ୍ୱାମୀ ହେବ ଧନୀ କୋଟିପତି , ଓ କରନ୍ତୁ ନାହିଁ ଏହି ଭୁଲ //

0 156

ହିନ୍ଦୁ ଧର୍ମରେ ବିବାହିତ ମହିଳା ମାନଙ୍କର ସିନ୍ଦୂରକୁ ବହୁତ ମହତ୍ୱ ଦିଆଯାଇଥାଏ।ଏହାକୁ ବିବାହିତ ମହିଳା ମାନଙ୍କର ବିବାହର ପ୍ରତୀକ ବୋଲିଅଧ୍ୟ କୁହାଯାଏ। ବିବାହ ସମୟରେ ସିନ୍ଦୂର ଦାନ କରିବାର ଏକ ବିଧି ରହିଛି, ଏହାପରେ ହିଁ ବିବାହ ସମ୍ପନ୍ନ ହୋଇଥାଏ ବୋଲି ମାନା ଯାଇଥାଏ। ବିବାହିତ ନାରୀ ସିନ୍ଦୂର ଲଗାଇ ଥାଆନ୍ତି। ଆଜିର ଆଧୁନିକ ଯୁଗରେ ଅଧିକାଂଶ ମହିଳା ଏହି ପରମ୍ପରାକୁ ମାନୁ ନାହାନ୍ତି। ମହିଳା ମାନେ ସିନ୍ଦୂର ପିନ୍ଧିବାକୁ ନେଇ ଖାଲି ହିନ୍ଦୁ ଧାର୍ମିକ ମାନ୍ୟତା ନୁହେଁ, ଏହାର ବୈଜ୍ଞାନିକ ମାନ୍ୟତା ମଧ୍ୟ ରହିଛି।

ଧାର୍ମିକ ମାନ୍ୟତା ଅନୁସାରେ ମହିଳା ମାନେ ମଥାରେ ସିନ୍ଦୂର ଲଗାଇବାର ଅନେକ ମହତ୍ୱ ରହିଛି, ଯାହାର ପାଳନକରିବା ନିହାତି ଜରୁରୀ ଅଟେ।ନଚେତ ଜୀବନରେ ଅନେକ ସମସ୍ୟା ଉପୁଜି ଥାଏ। ଯେଉଁ ମହିଳା ନିଜ ମଥାରେ ସିନ୍ଦୂର ଲଗାନ୍ତି ନାହିଁ, ଟଙ୍କା ସ୍ବାମୀଙ୍କୁ କେବେବି ଜୀବନରେ ସଫଳତା ମିଳିପାରେ ନାହିଁ।ତେବେ ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବାର କଣ ନିୟମ ଗୁଡିକ ରହିଛି ?

୧/ ବିବାହିତ ମହିଳାଙ୍କୁ ନିଜ ଟଙ୍କା ଖର୍ଚ୍ଚ କରି ସିନ୍ଦୂର କିଣିବା ଉଚିତ। ଅନ୍ୟ ମାନଙ୍କ ଟଙ୍କାରୁ ସିନ୍ଦୂର କିଣି ପିନ୍ଧିବା ଉଚିତ ନୁହେଁ।

୨/ କୌଣସି ପରିସ୍ଥିତିରେ ମହିଳାମାନଙ୍କୁ ଅନ୍ୟମାନଙ୍କ ସିନ୍ଦୂର ଆଣି ନିଜ ମଥାରେ ପିନ୍ଧିବା ଉଚିତନୁହେଁ। ମହିଳାଙ୍କ ସିନ୍ଦୂରକୁ ନିଜ ମଥାରେ ପିନ୍ଧିବା ବହୁତ ଅଶୁଭ ହୋଇଥାଏ।ଏଭଳି କରିଥିବା ମହିଳାଙ୍କ ସ୍ବାମୀଙ୍କୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୩/ ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୂରକୁ ପିନ୍ଧିବା ଉଚିତ ନୁହେଁ। କାରଣ ଶାସ୍ତ୍ର ଅନୁସାରେ ଏଭଳି କାର୍ଯ୍ୟକୁ ଅଶୁଭ ମାନା ଯାଇଥାଏ।

୪/ମହିଳା ମାନଙ୍କୁ ଗାଧୋଇବା ପୂର୍ବରୁ ସିନ୍ଦୂର ଲଗାଇବା ଉଚିତ ନୁହେଁ। ତେଣୁ ସ୍ନାନ ସାରି ପୂଜାର୍ଚ୍ଚନା ପରେ ସିନ୍ଦୂର ପିନ୍ଧିବାକୁ ଶୁଭ ମାନା ଯାଇଥାଏ। ଏହାସହିତ ସିନ୍ଦୂର ଲଗାଇବା ସମୟରେ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ଓ ସଫଳତାର ଅଭିଳାଷା ରଖିବା ଉଚିତ। ସିନ୍ଦୂର ପିନ୍ଧିବା ସମୟରେ ଦେବୀ ପାର୍ବତୀଙ୍କୁ ଆରାଧନା କରିବା ଉଚିତ, ଏଭଳି କରିବା ଶୁଭ ହୋଇଥାଏ।


୫/ ବିବାହିତ ମହିଳା ମାନେ ନିଜର ମାସିକଧର୍ମ ସମୟରେ କେବେବି ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏଭଳି କରିବା ଅଶୁଭ ହୋଇଥାଏ।

୬/ ସିନ୍ଦୂର ତଳେ ପଡ଼ିଯିବା ବହୁତ ବଡ଼ ଅଶୁଭ ବୋଲି ମାନା ଯାଇଥାଏ।ତେଣୁ ଏହାକୁ ପିଲାମାନଙ୍କ ଠାରୁ ଦୂରେଇ ରଖନ୍ତୁ। କାରଣ ସିନ୍ଦୂର ତଳେ ପଡ଼ିଲେ ଘର ଉପରକୁ ବିପଦ ମାଡି ଆସିଥାଏ।

୭/ ସିନ୍ଦୂରକୁ ଅନ୍ୟ କାହା ଆଗରେ ପିନ୍ଧନ୍ତୁ ନାହିଁ ଏବଂ ମଥାରେ ଓଢଣା ଦେଇ ସବୁବେଳେ ସିନ୍ଦୂର ଲଗାଇବା ଉଚିତ।ମଥାରେ ସିନ୍ଦୂର ପିନ୍ଧିବା ସମୟରେ ଶୁଖିଲା ସିନ୍ଦୂର ବ୍ୟବହାର କରନ୍ତୁ। କିନ୍ତୁ ଲିକୁଇଡ ସିନ୍ଦୂର ବ୍ୟବହାର କରନ୍ତୁ ନାହିଁ।

୮/ ସିନ୍ଦୂର ଭୁଲରେ ତଳେ ପଡି ଯାଉଛି ତାହେଲେ ଆପଣ ତାହାକୁ ଏକାଠି କରି ରଖନ୍ତୁ ଏବଂ ଦେବୀ ପାର୍ବତୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ।ଯାହାଦ୍ଵାରା ବିପଦ ଟଳି ଯାଇଥାଏ।

୯/ ଶୁଖିଲା ସିନ୍ଦୂର ଲଗାଇବା ସମୟରେ ସଠିକ ନିୟମରେ ଲଗାଉ ନାହାନ୍ତି, ତାହେଲେ ଏହା ବହୁତ ଅଶୁଭ ହୋଇଥାଏ।ଆପଣ ସିନ୍ଦୂର ଲଗାଇବା ସମୟରେ ଝିଙ୍କ କଣ୍ଟା ଓ ରୂପା କାଠି ବ୍ୟବହାର କରନ୍ତୁ।

୧୦/ ଯେଉଁ ସ୍ତ୍ରୀ ଲୋକମାନେ ନିଜ ଚୁଟି ମଧ୍ୟରେ ସିନ୍ଦୂର ଲଗାଇ ଥାଆନ୍ତି, ତାଙ୍କ ସ୍ବାମୀଙ୍କୁ ସମାଜରେ କେବେବି ସମ୍ମାନ ପ୍ରାପ୍ତ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.