new twist- ବର୍ଷା ଛାଡ଼ୁନି ଅନୁଭବଙ୍କ ପିଛା, ବର୍ଷାଙ୍କୁ ହାତ ଯୋଡ଼ି ଚାଲିଯିବାକୁ କହିଲେ ଅନୁଭବ…
ବର୍ଷା ଅନୁଭବଙ୍କ ପିଛା ଛାଡ଼ୁନି। ଲଣ୍ଡନ ରେ ବି ଯାଇ ପହଞ୍ଚିଲା ବର୍ଷା। ଯାହାକୁ ହାତ ଯୋଡ଼ି ଚାଲି ଯିବାକୁ କହିଥିଲେ ଅନୁଭବ ମହାନ୍ତି। ଏବେ ଅନୁଭବ ମହାନ୍ତି ତାଙ୍କ ଅପକାମିଙ୍ଗ ଫିଲ୍ମ ଲଭ୍ ଇନ୍ ଲଣ୍ଡନ ସୁଟିଂ ରେ ବ୍ୟସ୍ତ ଅଛନ୍ତି। ଆଉ ଏହାରି ଭିତରେ ବର୍ଷା ଅନୁଭବ ଙ୍କୁ ବହୁତ ହଇରାଣ କରୁଛି। ତାଙ୍କୁ ସୁଟିଂ କରିବା ପାଇଁ ମଧ୍ୟ ଦେଇ ନାହିଁ।
ଯାହାକୁ ନେଇ ଦର୍ଶକ ମାନେ କହିବା ଆରମ୍ଭ କଲେଣି କି, ଭାଇ ଆପଣଙ୍କ ପିଛା ବର୍ଷା ବିଲକୁଲ ଛାଡ଼ୁ ନାହିଁ। ଓଡ଼ିଶାରେ ବର୍ଷା ପାଇଁ ଆପଣ ହଇରାଣ।ଆଉ ଏଠି ଲଣ୍ଡନରେ ବି ବର୍ଷା ପାଇଁ ଆପଣ ହଇରାଣ।ଭାଇ ବର୍ଷା ଆପଣଙ୍କୁ ବହୁତ ଭଲ ପାଉଛି।
ହେଲେ ବର୍ଷା ସେ ବର୍ଷା ନୁହେଁ। ଆପଣ ଭାବୁଥିବେ ଆମେ ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ କଥା କହୁଥିବୁ। ବର୍ଷା ଯାଇ ବୋଧେ ଲଣ୍ଡନରେ ପହଞ୍ଚିଗଲା ବୋଲି ଆପଣ ମାନେ ଭାବୁଥିବେ। ଆଉ ଯାହାକୁ ଦେଖି ଅନୁଭବ ମହାନ୍ତି କହୁଛନ୍ତି ଦୟାକରି ତୁ ଏଠୁ ପଳା। ଯଦି ଏମିତି କିଛି ଭାବୁଛନ୍ତି ତେବେ ଆପଣ ମାନେ ଭୁଲ ଭାବୁଛନ୍ତି।
ଏ ବର୍ଷା ବର୍ଷା ପ୍ରିୟଦର୍ଶିନୀ ନୁହେଁ, ଏ ହେଉଛି ଆକାଶରୁ ଝରୁଥିବା ବର୍ଷା। ଲଣ୍ଡନରେ ପ୍ରାୟତଃ ସବୁବେଳେ ବର୍ଷା ହୋଇଥାଏ। ବର୍ଷା ସାଙ୍ଗକୁ ପ୍ରଚୁର ଥଣ୍ଡା ମଧ୍ୟ ହୋଇଥାଏ। ଆଉ ଅନୁଭବ ଙ୍କ ଫିଲ୍ମ ଲଭ୍ ଇନ୍ ଲଣ୍ଡନ ର ସୁଟିଂ ଚାଲିଥିବା ବେଳେ ବର୍ଷା ଜମାରୁ ଛାଡ଼ି ନଥିଲା। ଆଉ ଯାହାପରେ ଅନୁଭବ ମହାନ୍ତି ଆକାଶ କୁ ଚାହିଁ ହାତ ଯୋଡ଼ି କହିଥିଲେ କି, ଏ ବର୍ଷା ତୁ ଏଠୁ ଛାଡ଼ିଯା ଆଉ ଆମକୁ ଟିକିଏ ଭଲରେ ସୁଟିଂ କରିବା ଦେ।
ଆମେ ଏତେ ଦୂରରୁ ଆସିଛୁ। ତେବେ ଅନୁଭବ ମହାନ୍ତି ଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଅନୁଭବ ଙ୍କ ଫ୍ୟାନ୍ ମାନେ କହୁଛନ୍ତି ଭାଇ ତୁମକୁ ବର୍ଷା ଛାଡ଼ିବାକୁ ଚାହୁଁନି। ସବୁବେଳେ ବର୍ଷା ତୁମ ସହ ରହିବା ପାଇଁ ଚାହୁଁଛି। ସେପଟେ ଯଦି ଦେଖିବା ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ କଳହ ଏବେ କଟକ ଫ୍ୟାମିଲି କୋର୍ଟ ରେ ବିଚାରଧୀନ ରହିଛି। ଆଉ ଏହାରି ଭିତରେ ଅନୁଭବ ମହାନ୍ତି ଯାଇ ଲଣ୍ଡନରେ ପହଞ୍ଚିଛନ୍ତି ତାଙ୍କର ଅପକାମିଙ୍ଗ ଫିଲ୍ମ ଲଭ୍ ଇନ୍ ଲଣ୍ଡନ ର ସୁଟିଂ ପାଇଁ।