“ପରୀକ୍ଷା ଦେଇନଥିବା ପିଲାର ASO ସିଲେକ୍ସନ ଲିଷ୍ଟରେ ନାଁ କେମିତି ବାହାରିଛି?”
ଓଡିଶା ଲୋକ ସେବା ଆୟୋଗ ବା ଓପିଏସ୍ସି ପକ୍ଷରୁ କରାଯାଇଥିବା ଏଏସଓ ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ବ୍ୟପକ ତ୍ରୁଟି ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ପରୀକ୍ଷାର୍ଥୀ ମାନେ ଓଡିଶା ଲୋକ ସେବା ଆୟୋଗ ସମ୍ମୁଖରେ ବସି ନିରବ ପ୍ରତିବାଦ କରାଯାଇଛି ।ପରୀକ୍ଷା ଦେଇନଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ, କଟଅଫ ମାର୍କ ଆସିବାରେ ବିଳମ୍ବ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ଦାବି କରାଯାଇଛି ।
ବର୍ଷ ବର୍ଷ ପାଠ ପଢ଼ି ଆମେ ପାଇଲେ କଣ କମ୍ ରଖିଥିବା ପିଲା ପାଇଛନ୍ତି ଚାକିରି! ଅଭିଯୋଗ ଆଣିଲେ ଶହ ଶହ ଏଏସଓ ପରୀକ୍ଷାର୍ଥୀ। ଷ୍ଟାଫ୍ ସିଲେକ୍ସନ କମିଶନ ଦେଉଛନ୍ତି ‘ଆନସର କି’। ମୋର ସାଙ୍ଗ ୪୦୦ ମାର୍କରୁ ୨୩୬ ରଖି ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଛି। ହେଲେ ମୁଁ ୨୭୨ ରଖି ଏଏସଓ ଚାକିରି ପାଇଁ ମନୋନୀତ ହୋଇନି। ଘରୁ ନବାହାରି ଏତେ ଦିନ ପାଠ ପଢ଼ି ମୋତେ କ’ଣ ଲାଭ ମିଳିଲା । ଏମିତି କିଛି ଅଭିଯୋଗ ଆଣିଛନ୍ତି ଅଗଷ୍ଟ ୨୭ ତାରିଖରେ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଁ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀ।
କେନ୍ଦ୍ରୀୟ ଷ୍ଟାଫ୍ ସିଲେକ୍ସନ କମିଶନ, ରାଜ୍ୟ ଷ୍ଟାଫ୍ ସିଲେକ୍ସନ୍ କମିଶନ ଓ ବ୍ୟାଙ୍କ ଚାକିରି ପରୀକ୍ଷା ଭଳି କାହିଁକି ଓପିଏସସି- ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓଡ଼ିଶା ଲୋକ ସେବା ଆୟୋଗ କାହିଁକି ତୁରନ୍ତ କଟଅଫ୍ ମାର୍କ ବା ଯୋଗ୍ୟତା ମାର୍କ ପ୍ରକାଶ କରୁନି? କାହିଁକି ପ୍ରକାଶ କରୁନି ‘ଆନସର କି’? ଠିକ୍ ଉତ୍ତର ଜାଣିଲେ ପିଲା ତାଙ୍କ ଉତ୍ତର ସହ ମିଳାଇ ନିଜ ମାର୍କ ଜାଣିପାରନ୍ତେ ଓ କେତେ ମାର୍କ ପର୍ଯ୍ୟନ୍ତ ପିଲା ମାର୍କ ରଖି ଚାକିରି ପାଉଛନ୍ତି ଜାଣିପାରନ୍ତେ।
ରାଜ୍ୟ ସଚିବାଳୟରେ ଗ୍ରୁପ୍-ବି ପଦରେ ନିଯୁକ୍ତ ହେବାକୁ ଥିବା ୭୯୬ ପଦ ପାଇଁ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପଦ ପାଇଁ କଟକସ୍ଥିତ ଓପିଏସସି- ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ବିଜ୍ଞାପନ ବାହାରିବା ପରେ ପ୍ରାୟ ୧.୪୮ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଗଷ୍ଟ ୨୭ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ତିନିଟି ସିଟିଂ ପାଇଁ ଓଏମଆର ସିଟରେ ପରୀକ୍ଷା କରାଯାଇଥିବା ବେଳେ ସାଧାରଣ ଜ୍ଞାନ, ଗଣିତ, ରିଜୋନିଂ, ଇଂଲିଶ ଓ ଓଡ଼ିଆରେ
୪୦୦ ମାର୍କର ଅବଜେକଟିଭ୍ ପରୀକ୍ଷା କରାଯାଇଥିଲା। ରିଜୋନିଂରେ ଗୋଟିଏ ପ୍ରଶ୍ନକୁ ଦୁଇ ଥର ପଚାରାଯିବା ଓ କିଛି ପ୍ରଶ୍ନ ପାଇଁ ୪ଟି ଉତ୍ତର ଗୋଟିଏ ବି ଠିକ୍ ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କିଭଳି ସ୍ୱଚ୍ଛତାର ସହ ପରୀକ୍ଷା ହୋଇଛି ସେ ନେଇ ପ୍ରଶ୍ନ ଉଠିଛି।
ଡକୁମେଣ୍ଟ ଭେରିଫିକେସନ୍ ପୂର୍ବରୁ ପରୀକ୍ଷାରେ ସ୍ୱଚ୍ଛତା ନେଇ ସନ୍ଦେହ ଉପୁଜିଥିବା ବେଳେ ଓପିଏସସି କାହିଁକି କଟଅଫ୍ ମାର୍କ ଓ ଆନସର କି ଜାରି କରୁନି ତାହା ଆଶ୍ଚର୍ଯ୍ୟ କରୁଛି। ତେବେ ଓପିଏସସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ କୁହାଯାଇଛି- ପରୀକ୍ଷା ପଦ୍ଧତିକୁ ସ୍ୱଚ୍ଛତାର ସହ ପରିଚାଳନା କରାଯାଇଛି, ପ୍ରତି ବିଷୟର ଅଲଗା ଅଲଗା କ୍ୱାଲିଫାୟଙ୍ଗ ମାର୍କ ସ୍ଥିର କରାଯାଇଛି। ପୂର୍ବ ନୀତି ଅନୁଯାୟୀ, ପରୀକ୍ଷା ଫଳ ବାହାରିବା ପରେ ‘ଆନସର କି’ ଓ ‘କଟଅଫ୍ ମାର୍କ’ ଓ ‘ଇଣ୍ଡିଭିଜୁଆଲ ମାର୍କ’ ୱେବସାଇଟରେ ଦିଆଯିବ ଏହି ନେଇ ପରୀକ୍ଷାର୍ଥୀ ଧାରଣା ରେ ବସିଛନ୍ତି ।