ହଠାତ ଦେଖାଦେଲେ ପ୍ରଭୁ ରାମଚନ୍ଦ୍ର,ଆଉ ତାପରେ ମହିଳା ଜଣଙ୍କ ଲୁହରେ ଆଜି ମୋ ରାମଚନ୍ଦ୍ରଙ୍କ ପାଦ ଦୁଇଟାକୁ ଧୋଇଦେବି। ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 191

ମୁମ୍ବାଇ- ଟିଭି ରେ ରାମ ଚରିତ୍ର ରେ ଅତି ପରିଚିତ ହୋଇଥିବା ଅରୁଣ ଗୋଭିଲ ଟ୍ୱିଟର ରେ ନିଜ ଦୁଃଖ ପ୍ରକାଶ କରିଛନ୍ତି।ଶନିବାର ଦିନ ସେ ତାଙ୍କ ଟ୍ୱିଟର ରେ କହିଛନ୍ତି କି ‘ରାମାୟଣ’ ଭଳି ଲୋକପ୍ରିୟ ଧାରାବାହିକ କରିବା ପରେ ବି ତାଙ୍କୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ତରଫରୁ କୌଣସି ସମ୍ମାନିତ କରାଯାଇନାହିଁ।

ଗୋଭିଲ ଲେଖିଛନ୍ତି କେନ୍ଦ୍ର ବା ରାଜ୍ୟ ସରକାର ତାଙ୍କୁ କୌଣସି ସମ୍ମାନିତ କରିନାହାଁନ୍ତି।ମୁଁ ଉତ୍ତରପ୍ରଦେଶ ର ଅଟେ ସେଠାକାର ସରକାର ବି ମତେ କୌଣସିସମ୍ମାନିତ କରିନାହାଁନ୍ତି ଏବଂ ମୁଁ ୫୦ ବର୍ଷ ହେଲା ମୁମ୍ବାଇ ରେ ରହିଲେଣି ମହାରାଷ୍ଟ୍ର ସରକାର ବି କୌଣସି ସମ୍ମାନିତ କରିନାହାଁନ୍ତି।

ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟିରେ ଶ୍ରୀ ରାମ ହିଁ ଅଛନ୍ତି । ନିକଟରେ ଅରୁଣ ଗୋଭିଲ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନଗରର ରାମଲିଲା ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ ଅରୁଣ ଗୋଭିଲ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଅରୁଣ ଗୋଭିଲଙ୍କ ପ୍ରଶଂସକଙ୍କ ନଜରରେ ତାଙ୍କ ଭିତରେ ପ୍ରଭୁ ଶ୍ରୀ ରାମଙ୍କ ଛବିକୁ ଦେଖୁଛନ୍ତି ।

ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଥିଲା ​​ଯେତେବେଳେ ବିମାନବନ୍ଦର ବାହାରେ ତାଙ୍କୁ ଅପେକ୍ଷା କରିଥିବା ତାଙ୍କର ପ୍ରଶଂସକମାନେ ତାଙ୍କ ପାଦ ଛୁଇଁ ଅରୁଣ ଗୋଭିଲଙ୍କୁ ମୁଣ୍ଡିଆ ମାରିଥିଲେ । ଜଣେ ମହିଳା ଅରୁଣ ଗୋଭିଲଙ୍କୁ ମୁଣ୍ଡିଆ ମାରି କାନ୍ଦି ପକାଇଥିଲେ । ଆଇଏଏସ୍ ସୁମିତା ମିଶ୍ର ଅରୁଣ ଗୋଭିଲଙ୍କର ଏହି ଭିଡିଓ ସେୟାର କରିଛନ୍ତି ।


ଦୂରଦର୍ଶନରେ ପୁନଃପ୍ରସାରଣ ହେଉଥିବା ପୌରାଣିକ ଧାରାବାହିକ ‘ରାମାୟଣ’ ସବୁ ଟିଭି ଶୋ’କୁ ପଛରେ ପକାଇ ଟିଆରପି ଲିଷ୍ଟରେ ଆଗରେ ରହିଛି। ଏହି ଧାରାବାହିକରେ ଭଗବାନ ‘ରାମ’ଙ୍କ ଚରିତ୍ରରେ ଅଭିନୟ କରିଥିବା ଆକ୍ଟର ଅରୁଣ ଗୋଭିଲ ମଧ୍ୟ ଲଗାତାର ଚର୍ଚ୍ଚାରେ ରହୁଛନ୍ତି। ରାମାୟଣର ସବୁ ଏପିସୋଡ ପରେ ଅରୁଣ ସୋସିଆଲ ମିଡିଆରେ ଫ୍ୟାନମାନଙ୍କ ସହ ଯୋଡି ହେଉଛନ୍ତି।

ରାମାୟଣ’ରେ ଉଚ୍ଚ କୋଟିର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅରୁଣ ଗୋଭିଲ ଏହିଭଳି ନିଜ ମନ ଭିତରର ବ୍ୟଥାକୁ ଜଣାଇଥିଲେ। ତାଙ୍କର ଏହି ଟୁଇଟରେ ଫ୍ୟାନମାନଙ୍କର ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି। ତେବେ ବିଗତ ଦିନରେ ଅରୁଣ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ନିଜ କ୍ୟାରିୟରର ଆରମ୍ଭ ହିନ୍ଦୀ ଫିଲ୍ମରେ ହିରୋ ରୂପରେ କରିଥିଲି।

‘ରାମାୟଣ’ ପରେ ଯେତେବେଳେ ବଲିଉଡକୁ ଫେରିବାକୁ ଚାହୁଁଥିଲି, ତ ନିର୍ମାତା କହୁଥିଲେ, ଆପଣଙ୍କଠାରେ ରାମଙ୍କ ଛବି ବହୁତ ମଜଭୁତ ଅଛି। ଆମେ ଆପଣଙ୍କୁ ଅନ୍ୟ କୌଣସି ଚରିତ୍ରରେ କାଷ୍ଟ କରିପାରିବୁ ନାହିଁ କିମ୍ବା ସହାୟକ ଭୂମିକା ଦେଇପାରିବୁ ନାହିଁ’। କହି ରଖିଛୁ, ରମାନନ୍ଦ ସାଗର ‘ରାମାୟଣ’ ମାଧ୍ୟମରେ ଏମିତି କରିସ୍ମା ଦେଖାଇଛନ୍ତି, ଯାହାର ଚର୍ଚ୍ଚା ଆଜି ମଧ୍ୟ ଘରେ ଘରେ ହେଉଛି।

ସିରିଏଲ୍ ରାମାୟଣଟି ପ୍ରଚୁର ମାତ୍ରାରେ ଲୋକପ୍ରିୟତା ହାସଲ କରିଥିବା ବେଳେ ଗୋଭିଲଙ୍କ ବ୍ୟତୀତ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରି ସୁନୀଲ ଲାହିରି ରାତାରାତି ଷ୍ଟାର ପାଲଟିଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.