ମୋ ସ୍ୱାମୀ କହୁଛି ମୋ ଭଣଜା ସହ ମୋର ସମ୍ପର୍କ ଅଛି , ହେଲେ ସେ ଭଣଜା କୁ ମୋ ସ୍ୱାମୀ ହିଁ ଆଣିଥିଲା : ଏମିତି କହିଲେ ସ୍ୱପ୍ନା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 127

ଟଙ୍କା ପାଇଁ ସ୍ତ୍ରୀ ବି ସାଜିଥିଲା ଭଉଣୀ… ଦୁହେଁ ମିଶି ପ୍ରେମିକାଠୁ ଲୁଟୁଥିଲେ ଟଙ୍କା । ତେବେ ପ୍ରେମ କରି ସାରି ଥିଲେ ପ୍ରେମିକା । ଆଗକୁ ଯାଇ ପ୍ରେମିକ କୁ ବାହା ହୋଇଥାନ୍ତେ । କିନ୍ତୁ ଏମିତି ସତ ସାମ୍ନା କୁ ଆସି ଗଲା ଯେ ୟୁବତୀ ଙ୍କ ଆଖି ଛଳଛଳ ହୋଇ ଗଲା ।

ଆଉ ପ୍ରେମିକ କୁ ପଚାରିଲେ ଏ କଣ ସତ କଥା , ତୁମେ କଣ 12 ବର୍ଷ ତଳୁ ବାହା ହୋଇ ସାରିଛ । ଆଉ ଶେଷ ରେ ଏହାର ପ୍ରମାଣ ଖୋଜୁ ଖୋଜୁ ମିଳି ଯାଏ ସତ କଥା । ଯେ ପ୍ରେମିକ ଯାହାକୁ ଭଉଣୀ ଭଉଣୀ କହି ଆସୁ ଥିଲେ ସେ ଭଉଣୀ ନ ଥିଲେ ସେ ଥିଲେ ପ୍ରେମିକ ର ସ୍ତ୍ରୀ ।

ଆଉ ଏ ଭଳି ଭାବେ ଯୁବତୀ ଙ୍କୁ ଏପଟେ ଠକି ଚାଲି ଥିଲେ ଯୁବକ ।ତେବେ ଲଗାତାର ଭାବରେ ଠକିବା ସହିତ ଟଙ୍କା, ସୁନା ରୂପା ସବୁ ନେଉ ଥିଲେ ଯୁବତୀଙ୍କ ଠାରୁ । ଆଉ ଘରେ ରହି ଥିଲେ 12 ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀ ଏବଂ ଛୁଆ ।

ତେବେ ଅଭିଯୋଗ ହୋଇଛି କୁଆଡେ ସ୍ବାମୀ ସ୍ତ୍ରୀ ମିଶି ଏଭଳି ଠକୁ ଥିଲେ । ଆଉ ଯାହାର ଶିକାର ହୋଇଛନ୍ତି ଏହି ଯୁବତୀ ଜଣଙ୍କ, ଯିଏକି ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ସହ ସଂପର୍କ ରଖିଲେ ଏବଂ ନିଜ ସ୍ତ୍ରୀକୁ ଭଉଣୀ ଓ ନିଜ ପୁଅକୁ ଭଣଜା କହୁଥିଲେ, ଆଉ ସ୍ତ୍ରୀବି ଏଥିରେ ସହମତି ଦେଇଥିଲେ ।

ତେବେ ଯୁବକ ଜଣଙ୍କ ନାମ ହେଉଛି ସଂଞ୍ଜିବ କୁମାର ମହାପାତ୍ର । ଯୁବକ ଜଣଙ୍କ କୌଣସି କାମଧନ୍ଦା କରୁ ନାହାଁନ୍ତି କିନ୍ତୁ ଯୁବତୀ ଙ୍କ ମନ ରଖିବା ପାଇଁ ବିଭିନ୍ନ ପ୍ରକାର ଆଳ ଦେଖାଉ ଥିଲେ । ଯେମିତିକି ସେଣ୍ଟ୍ରାଲ ଗମେଣ୍ଟ୍ ରେ ସେ ଚାକିରି କରନ୍ତି ।

ତେବେ ବିଭିନ୍ନ ସମୟ ରେ ସେ ଯୁବତୀ ଙ୍କୁ ଇମୋସନାଲ୍ ଡାଇଲଗ୍ କହି ଘର ର ଆର୍ଥିକ ପରିସ୍ଥିତି ଦେଖାଇ ଟଙ୍କା ନେଉ ଥିଲେ । ଏଭଳି କି ଯୁବତୀ କହିଛନ୍ତି ଯେ 90 ହଜାର ଟଙ୍କା କେବଳ ଘରୁ ନେଇଛନ୍ତି ଆଉ ବଳକା ଅର୍ଥ ସେ ତାଙ୍କ ଠାରୁ ନେଇଛନ୍ତି ।

ମୋଟ୍ ରେ ସେ 2 ଲକ୍ଷ ଟଙ୍କା ନେଇ ଥିବା ଯୁବତୀ ଅଭିଯୋଗ କରିଛନ୍ତି ।ତେବେ ସଂଜୀବ କୁମାର ମହାପାତ୍ରଙ୍କର ଏ କାହାଣୀ ଦିନେ କି ଦୁଇ ଦିନର ନୁହଁ ବରଂ ଏ ହେଉଛି 12 ବର୍ଷର ସ୍ତ୍ରୀ ରହିଥିବା ବେଳେ ବି ସେ ଯୁବତୀଙ୍କୁ ଏଭଳି ଠକି ଚାଲିଥିଲା ।

ଆଉ ଯେତେବେଳେ ଯୁବତୀ ସତ ଜାଣିଲେ ସେ ଯୁବକଙ୍କୁ କହିଥିଲେ ବାହା ହେବା ପାଇଁ । ଯେ ଯଦି ତୁମେ ବିବାହିତ ନୁହଁ ତାହେଲେ ମୋତେ ବାହା ହୁଅ । କିନ୍ତୁ ବାରମ୍ବାର ଯେତେବେଳେ ଯୁବକ ମନା କରିଲେ ବାହା ହେବା ପାଇଁ ଯୁବତୀ ଯାଇ ଥାନା ରେ ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ଶେଷ ରେ ଯୁବତୀ ଜଣଙ୍କ ଯାଇ ଚନ୍ଦକା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ଏବେ ଅଭିଯୋଗ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣାରୁ ଲାଗୁଛି କିଭଳି ଭାବେ କାହାକୁ ବି ଅତି ସହଜ ରେ ନିଜ ଇମୋସନାଲ୍ ଡାଇଲଗ୍ କହି ବୋକା ବନେଇ ଦୀର୍ଘ ଦିନ ହେଲାଣି ଏଭଳି ଠକି ଚାଲୁ ଥିଲେ ଯୁବକ ଏବଂ ଲୁଟି ଚାଲୁଥିଲେ ଟଙ୍କା, ସେପଟେ ଘରେ ରହି ଥିଲେ 12 ବର୍ଷ ର ପତ୍ନୀ । ତେବେ ଏକଥା ଟି ସହଜରେ ହଜମ ହେଉ ନାହିଁ କିନ୍ତୁ ଆଜିକା ସମୟ ରେ ଏଭଳି କିଛି ଘଟଣା ସମାଜ ରେ ଘଟୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.