ମୁଁ ଅର୍ଚ୍ଚନା ନାଗ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି, ସବୁ ପ୍ରମାଣ ରଖିଛି ! ମୁଁ କାହାକୁବି ଛାଡିବିନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଅର୍ଚ୍ଚନା ନାଗଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଶ୍ରଦ୍ଧାଞ୍ଜଳି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଥିବା ବେଳେ ଆଜି ନୂଆପଲ୍ଲୀ ଥାନା ପୁଲିସ ପକ୍ଷରୁ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ମେଲ୍ ମାମଲା ଯୋଡ଼ି ହୋଇଥିଲା।
ନୂଆପଲ୍ଲୀ ଥାନା ପୁଲିସ ଅକ୍ଷୟ ପରିଜା ମାମଲାର ଅଭିଯୋଗ ସଂକ୍ରାନ୍ତୀୟ ଦସ୍ତାବିଜ୍ କୋର୍ଟରେ ଦାଖଲ କରିଥିଲା। ତେଣୁ ଏହି ମାମଲାରେ ଅର୍ଚ୍ଚନାଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲ୍ରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଦେବାଶିଷ ମହାପାତ୍ର ଓ ସବ୍ୟସାଚୀ ସୂତାର ଜାମିନ୍ ଆବେଦନ କରିଥିଲେ।
ଏନେଇ ଏସ୍ଡିଜେଏମ୍ ବିଚାରପତିଙ୍କ ଚାମ୍ବରରେ ଶୁଣାଣି ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ଥିବା ଜଣାପଡ଼ିଛି। ପୂର୍ବରୁ ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିପାରିନାହିଁ। ଏବେ ପୁଣି ନୂଆପଲ୍ଲୀ ଥାନା ପୁଲିସ ଆଉ !
ଏକ ଅଭିଯୋଗ କୋର୍ଟରେ ଦାଖଲ କରିଛି। ଟଙ୍କା ପାଇଁ ବ୍ଲାକ୍ମେଲ୍ କରିବା ଭଳି ଅଭିଯୋଗ ଯୋଡ଼ି ହୋଇଛି। ତେଣୁ ଅର୍ଚ୍ଚନାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଦୁଇ ଦୁଇଟି ମାମଲା ଏକାସଙ୍ଗେ ଯୋଡ଼ି ହେବା ପରେ ତାଙ୍କୁ ସହଜରେ ଜାମିନ୍ ମିଳିବା ଆଶା କରାଯାଉନାହିଁ ବୋଲି ଚର୍ଚ୍ଚା ହେଉଛି।
ଆଜି ଅପରାହ୍ନରେ ପୁଲିସ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲ୍ରୁ ଆଣି କୋର୍ଟରେ ପହଞ୍ଚିଥିଲା। ତାଙ୍କୁ ମହିଳା ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଘେରି ରହିଥିବା ବେଳେ ଦ୍ବିତୀୟସ୍ତରରେ ପୁରୁଷ ପୁଲିସ କର୍ମଚାରୀମାନେ ଜଗିରହିଥିଲେ। ତେବେ ପୁଲିସ ଭ୍ୟାନ୍ରୁ ତାଙ୍କୁ ଓହ୍ଲାଇବା ମାତ୍ରେ ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କୁ ଘେରିଥିଲେ।
ପୁଲିସର ପରୋକ୍ଷ ବାରଣ ସତ୍ତ୍ବେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ତାଙ୍କ କଳା ସାମ୍ରାଜ୍ୟ ପଛର ରହସ୍ୟ କ’ଣ? କେଉଁ କେଉଁ ମନ୍ତ୍ରୀ ଓ ନେତାଙ୍କ ସହ ତାଙ୍କ ସମ୍ପର୍କ ରହିଛି ଏଭଳି ମାଳମାଳ ପ୍ରଶ୍ନ ପଚାରିଥିଲେ। ତେବେ ପୁଲିସ ଭିଡ଼ ଭିତରୁ ଅର୍ଚ୍ଚନା ବେଶ୍ ଦମ୍ଭର ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁକାବିଲା କରିଥିଲେ।
ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଗର୍ଜନ କରିଥିଲେ। ବିନା ତଥ୍ୟ ପ୍ରମାଣରେ ତାଙ୍କ ବିରୋଧରେ ମିଛ ଖବର ପ୍ରସାରଣ ନ କରିବାକୁ କହିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହିସାବରେ ନିଜ ଦାୟିତ୍ବର ସଦୁପଯୋଗ କରିବାକୁ କହିଥିଲେ। ଏତିକିବେଳେ ପୁଲିସ ତାଙ୍କୁ ମାଜିଷ୍ଟ୍ରେଟ୍ଙ୍କ ଚାମ୍ବର ନିକଟକୁ ନେଇଯାଇଥିଲା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଅଟକି ଯାଇଥିଲେ। ଶୁଣାଣି ଶେଷ ହେବା ପରେ ପୁଲିସ ତାଙ୍କୁ ପୁଣି ଝାରପଡ଼ା ଜେଲ୍ ହାଜତକୁ ନେଇଥିଲା।
ମାଜିଷ୍ଟ୍ରେଟ୍ଙ୍କ ଚାମ୍ବରରୁ ବାହାରିବା ବେଳେ ବି ଗଣମାଧ୍ୟମର ସବୁ ପ୍ରଶ୍ନ ବା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ ଅର୍ଚ୍ଚନା। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସବୁ ମିଛ, ମିଛ, । ତାଙ୍କ ନାଁରେ ମିଛ ଅଭିଯୋଗ ଆସିଛି। ତାଙ୍କୁ ଫସାଇବାକୁ ଷଡ଼୍ଯନ୍ତ୍ର ହୋଇଛି।
ସେ କାହାକୁ ବ୍ଲାକମେଲ୍ କରିନାହାନ୍ତି। ତଦନ୍ତ ଚାଲିଛି ଏବଂ ପୁଲିସ ସତ ବାହାର କରିବ। କୋର୍ଟଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି। ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନରେ ସେ କହିଥିଲେ ଯେ ତାଙ୍କର ବ୍ୟବସାୟ ଅଛି ଏବଂ ସେହି ବ୍ୟବସାୟ ବଳରେ ସେ ଟଙ୍କା ଉପାର୍ଜନ କରିଛନ୍ତି। ତେବେ କି ବ୍ୟବସାୟ ବୋଲି ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମୁହଁ ଫେରାଇ ନେଇଥିଲେ ଏବଂ ପୁଲିସ ତାଙ୍କୁ ଭ୍ୟାନ୍ ଭିତରକୁ ନେଇଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।