ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ ଧରି ମୁମ୍ବାଇ ରାସ୍ତାରେ ଯାଉଥିବାର ଭିଡିଓ

0 3

ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛଛି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି। ଅଭିନେତା, ଅଭିନେତ୍ରୀ ପାଖରୁ ଆରମ୍ଭ କରି ପ୍ରାୟ ସମସ୍ତ ସେଲେବ୍ରିଟି ମାନେ ଏବେ ଘରେ ସମୟ ବିତାଉ ଅଛନ୍ତି।ଏହି ସମୟରେ ସମସ୍ତେ ଘରେ ରହୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ସାଇକେଲ ରେ ବୁଲୁଥିବାର ଭିଡିଓ ଏବେ ଭାଇରାଲ ହେବା ରେ ଲାଗିଛି।

Sara Ali Khan and brother Ibrahim go cycling on the streets of Mumbai

ସେ ମୁହଁ ରେ ମାସ୍କ ପିନ୍ଧି ସାଇକେଲ ଚଳାଉ ଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଲକ୍‌ ଡାଉନ୍‌ର ଠିକ୍‌ ପୂର୍ବରୁ ସାରା ବାରାଣାସୀ ଯାଇ କାଶି ବିଶ୍ୱନାଥଙ୍କୁ ଦର୍ଶନ କରି ଫେରିଥିଲେ। ଏବେ ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ମଧ୍ୟରେ ବୁଲୁଥିବା ତାଙ୍କୁ ଦେଖିବାକୁ ମିଳୁଛି। ତେବେ କେହି ତାଙ୍କୁ ଚିହ୍ନପାରୁ ନାହାନ୍ତି।ଏହି ଚୁଲବୁଲି ସୁନ୍ଦରୀ ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ତାଙ୍କ ଫ୍ୟାନ ଙ୍କ ହୃଦୟକୁ ଜିଣି ପାରିଛନ୍ତି। ତାଙ୍କୁ ଅନେକ ଦର୍ଶକ ବହୁତ୍ ପଶନ୍ଦ କରିଥାନ୍ତି।
ନିକଟରେ କରୀନା କପୁରଙ୍କୁ ମଧ୍ୟ ପୁଅ ତୈମୁରଙ୍କ ସହ ଘର ବାହାରେ ଦେଖିବାକୁ ମିଳିଛି।

ଏହା ଛଡ଼ା କିଛି ଦିନ ପୂର୍ବେ ଲକ୍‌ଡାଉନ୍‌ ରେ ସାମନ୍ୟ କୋହଳ ହେବା ପରେ ସୈଫ୍‌-କରୀନା ତୈମୁରଙ୍କୁ ନେଇ ମେରାଇନ୍‌ ଡ୍ରାଇଭ୍‌ରେ ବୁଲୁଥିଲେ ଏହି ଅଭିନେତ୍ରୀ ଜଣଙ୍କ। ଏଥିପାଇଁ ସେମାନଙ୍କୁ ସମାଲୋଚନା କରା ଯାଇଥିଲା।ଏବେ ପୁଣି ଏହି ସମୟରେ ସାଇକେଲ ରେ ସହର ଭିତରେ ବୁଲୁଛନ୍ତି ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସେୟାର ମଧ୍ୟ ହେବାରେ ଲାଗିଛି ତାଙ୍କର ଏହି ପୋଷ୍ଟ।ତେବେ ଏହା ଜାଣିବାକୁ ମିଳିଥିଲା ଯେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ତାଙ୍କ ଡ୍ରାଇଭରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

ତେବେ ଘରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେ ଇନଷ୍ଟାଗ୍ରାମ୍‌ରେ ନିଜ ଫଲୋରର୍ସଙ୍କୁ ଜଣାଇଛନ୍ତି। ଡ୍ରାଇଭରଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିବା ସାରା କହିଛନ୍ତି। ମୁମ୍ବାଇ ନଗର ପାଳିକା ପକ୍ଷରୁ ସାରାଙ୍କ ଘର ନିକଟବର୍ତ୍ତୀ ଅଞ୍ଚଳକୁ ସାନିଟାଇଜ୍‌ କରିଥିବା ଜଣା ପଡ଼ିଛି। ଘରର ଅନ୍ୟ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ନେଗେଟିଭ୍‌ ଆସିଛି। ଭାଇ ଇବ୍ରାହିମ୍‌ ଏବଂ ମା’ ଅମ୍ରିତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ସାରା ସୂଚନା ଦେଇଛନ୍ତି। ମୁମ୍ବାଇ ନଗର ପାଳିକା ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ତାଙ୍କ ପରିବାର ସଦସ୍ୟ ଠିକ ଭାବେ ପାଳନ କରୁଥିବା ସାରା କହିଛନ୍ତି।ତେବେ କେବଳ ସାରା ନୁହେଁ ସମସ୍ତେ ସୁରକ୍ଷିତ ରହିଲେ ହିଁ ନିଜକୁ କରନା ଠାରୁ ଦୂରେଇ ରଖି ପାରିବେ।

Leave A Reply

Your email address will not be published.