ପୁଣି ବିଦ୍ୟାଳୟରେ ଲାଗିଲା କଳଙ୍କ I ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲା ଅଷ୍ଟମ ଶ୍ରେଣୀ ଛାତ୍ର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସମଗ୍ର ବିଶ୍ୱରେ ବହୁତ ଲଜ୍ୟା ଜନକ ଘଟଣା ଘଟୁଛି ଯାହା କୁ ଶୁଣି ଆପଣ ମାନଙ୍କ ମୁଣ୍ଡ ବୁଲେଇ ଦବ ତେବେ ସେହି ଘଟଣା ବିଷୟରେ ଜାଣନ୍ତୁ । ପୁଣି ଆବାସିକ ବିଦ୍ୟାଳୟ ରେ ଛାତ୍ରୀ ଗର୍ଭବତୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣି ଥାନା ରେ ଏତଲା ଦେଇଛନ୍ତି ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । ଏହି ଘଟଣା ରେ ପୋଲିସ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର କୁ ଅଟକ ରଖି ପଚରାଉଚରା କରୁଛି ।
ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତ ରେ ଥିବା ଏକ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟ ରୁ ଏଭଳି ଅଭିଯୋଗ ଆସିଛି ।
ଏହି ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଛାତ୍ରୀ ଜଣକ ଚାରି ମାସ ର ଗର୍ଭବତୀ ହେଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନା ରେ ଅଭିଯୋଗ କରିଛନ୍ତି । ପୋଲିସ ୪୩/୨୨ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣା ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଥାନାଧିକାରୀ ଦୀପକ ରାଉତ ଛାତ୍ରୀ ଙ୍କୁ ଏବଂ ସମ୍ପୃକ୍ତ ଛାତ୍ର ଙ୍କୁ ଡାକ୍ତରୀ ମାଇନା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛନ୍ତି । ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ଗଣମାଧ୍ୟମ କୁ କୋଣସି ପ୍ରତିକ୍ରିୟା ଦେବା କୁ ମନା କରିଛନ୍ତି ।
ଗିରଫ ଘଟଣା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଙ୍କୁ ପଚାରିବା ରୁ ଘଟଣା ବିଷୟ ରେ ସୂଚନା ଥିଲେ ମଧ୍ୟ ତଦନ୍ତ ଚାଲିଥିବା ରୁ ଅଧିକ କିଛି କହି ହେବ ନାହିଁ ବୋଲି କହିଛନ୍ତି । ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ତଥା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟ ରେ ଶତାଧିକ ଛାତ୍ରୀ ରହି ଅଧ୍ୟୟନ କରନ୍ତି ।
ତୁମୁଡିବନ୍ଧ ବ୍ଲକ ର କେବଳ ଆଦିମ ଜନଜାତି (କୁଟିଆ କନ୍ଧ) ସାମ୍ପ୍ରଦାୟ ର ଛାତ୍ରୀ ମାନଙ୍କ ନିମନ୍ତେ ୨୦୦୮ ମସିହା ରେ ଏହି ବିଦ୍ୟାଳୟ ସ୍ଥାପିତ ହେଇଥିଲା । ଆଦିମ ଜନଜାତି କୁଟିଆ କନ୍ଧ ଛାତ୍ରୀ ମାନ ଙ୍କ ଉନ୍ନତ ଶିକ୍ଷା ଦାନ ଓ ସମସ୍ତ ପ୍ରକାର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେଇଛନ୍ତି ।
ଏହି ଆବାସିକ ବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ଛାତ୍ରୀ ମାନ ଙ୍କୁ ସମସ୍ତ ସୁବିଧା ଏବଂ ସୁରକ୍ଷା ଦେବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । କିନ୍ତୁ ଜଣେ ସପ୍ତମ ଶ୍ରେଣୀ ର ଛାତ୍ରୀ ଗର୍ଭବତୀ ହେବା ଭଳି ଅଭାବନୀୟ ଘଟଣା ଘଟିଥିବାରୁ ଆଦିମ ଜନଜାତି ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ