ଛିଃ…ଛିଃ…ଟ୍ୟୁସନସାର୍ ସହ ସମ୍ପର୍କ ରଖିବା ବେଳେ ମା’ କୁ ଅଡ଼ୁଆ କରୁଥିଲା ପୁଅ, ରାଗିଯାଇ ଛୁଆକୁ ମାରିଲା ମାଆ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 167

ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସୁଥିଲେ ସାର୍‌। ହେଲେ ପିଲାଙ୍କ ମା’ଙ୍କୁ ପଢ଼ାଇଲେ ପ୍ରେମ ପାଠ। ତାଙ୍କ ପ୍ରେମରେ ହେଲେ ଉବୁଟୁବୁ। ୩ ବର୍ଷର କୁନି ପୁଅ ପ୍ରତିବନ୍ଧକ ସାଜିବାରୁ ଜନ୍ମକଲା ମା’ ଓ ତାଙ୍କ ପ୍ରେମିକ ମିଶି ମାରିଦେଲେ! ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ରାକ୍ଷସୀ ମାଆ ଓ ତାଙ୍କ ପ୍ରେମିକକୁ ଗିରଫ କରି ତଦନ୍ତ ଚଳାଇଛି।

ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ମାଟିଆପଡ଼ା ଗାଁର ସୁକାନ୍ତ ନାଥ। ସେ ଦୁହିଡ଼ିପୁର ଗାଁର ରଶ୍ମୀତାଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ସୁକାନ୍ତ ରାଜ୍ୟ ବାହାରେ କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଇତି ମଧ୍ୟ ଉଭୟଙ୍କ ଔରଷରୁ ୩ଟି ପିଲା ହୋଇଥିଲା। ଦୁଇ ପୁଅ ଓ ଗୋଟିଏ ଝିଅ।

 ବଡ଼ପୁଅ ଓ ଝିଅଙ୍କ ପାଠ ପଢ଼ିବା ପାଇଁ ସ୍ୱାମୀଙ୍କ ଅନୁମତିରେ ରଶ୍ମୀତା ପଟ୍ଟାମୁଣ୍ଡାଇ ଟାଉନ୍‌କୁ ପଳାଇ ଆସିଥିଲେ। ସେଠାରେ ଘର ଭଡ଼ା ନେଇ ରହୁଥିଲେ। ଏହା ପରେ ବଡ଼ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଆସିଲେ ଜଣେ ଟ୍ୟୁସନ୍‌ ମାଷ୍ଟର। ମାଷ୍ଟ୍ରେ ଆଜ୍ଞା ପିଲାଙ୍କୁ ପାଠ କମ୍‌, କିନ୍ତୁ ତାଙ୍କ ମା’ଙ୍କୁ ଅଧିକ ପ୍ରେମ ପାଠ ପଢ଼ାଇବା ଆରମ୍ଭ କଲେ। ପରସ୍ପରର ପ୍ରେମରେ ପଡ଼ି ଉବୁଟୁବୁ ହେଲେ ରଶ୍ମୀତା ଓ ଟ୍ୟୁସନ ସାର୍‌।

ରଶ୍ମୀତାଙ୍କ ବଡ଼ ପୁଅ ଓ ଝିଅ ସବୁ ଜାଣିପାରୁଥିଲେ। ହେଲେ ମାଡ଼ ଭୟରେ ମୁହଁ ଖୋଲୁ ନଥିଲେ। ଯେଉଁଦିନ ଟ୍ୟୁସନ୍‌ ରହୁନଥିଲା, ସେଦିନ ରଶ୍ମୀତାଙ୍କ ବଡ଼ପୁଅ ଓ ଝିଅ ମାମୁ ଘରକୁ ପଳାଇ ଯାଉଥିଲେ। ଘରେ କେବଳ ୩ ବର୍ଷର ସାନପୁଅ ଓ ରଶ୍ମୀତା ରହୁଥିଲେ। ଏହାର ସୁଯୋଗ ନେଇ କ୍ଲାସ ନଥିଲେ ମଧ୍ୟ ସାର୍‌ ତାଙ୍କ ପ୍ରେମିକା ରଶ୍ମୀତାଙ୍କ ଘରକୁ ଆସୁଥିଲେ। ଆଉ ତାଙ୍କସହ ପୂରାଦିନ କାଟୁଥିଲେ।

ତେବେ ପ୍ରେମିକ ସାରଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ରଶ୍ମୀତାଙ୍କ ୩ ବର୍ଷର ପୁଅ। ତେଣୁ ଛୁଆକୁ ରାସ୍ତାରୁ ହଟାଇବା ପାଇଁ ଉଭୟ କରିଥିଲେ ପ୍ଲାନ୍‌। ଯୋଜନା ଅନୁସାରେ, ଗତ ଶନିବାର ଅକ୍ଟୋବର ୧ ରଶ୍ମୀତା ଓ ତାଙ୍କ ପ୍ରେମିକ ଟ୍ୟୁସନ ସାର୍‌ ମିଶି ଛୁଆକୁ ତଳେ କଚାଡ଼ି ଦେଇଥିଲେ। ପରେ କିଛି ନଜାଣିଲା ଭଳି ଛୁଆକୁ ଧରି ମେଡିକାଲ୍‌ ଯାଇଥିଲେ ରଶ୍ମୀତା।

ସେଠାରେ ଡାକ୍ତର ଛୁଆକୁ ମୃତ ଘୋଷଣା କରିଥିଲେ। ଏହା ପରେ ରଶ୍ମୀତାଙ୍କୁ ଡାକ୍ତର ପଚାରିଥିଲେ, କେମିତି ଛୁଆର ମୃତ୍ୟୁ ହେଲା। ରଶ୍ମୀତା କହିଥିଲେ, ଛାତ ଉପରେ ଖେଳୁଥିବା ବେଳେ ଖସି ପଡ଼ିଲା। ତା’ପରେ ମୃତଦେହକୁ ଆଣି ଗାଁରେ ପୋତି ଦେଇଥିଲେ ରଶ୍ମୀତା ଓ ତାଙ୍କ ପ୍ରେମିକ।

ସେମାନଙ୍କୁ ଟ୍ୟୁସନ ସାର୍‌ ଙ୍କ ମାଡ଼ ଭୟରେ ସେମାନେ ମାମୁ ଘରକୁ ଚାଲି ଯାଇଥିଲେ ଓ ସେଠାରେ କାହାକୁ କିଛି କହି ନଥିଲେ। ଦୁଇ ପିଲା ମାମୁ ଘରକୁ ଚାଲି ଯିବାରୁ ପଟ୍ଟାମୁଣ୍ଡାଇ ସ୍ଥିତ ଭଡ଼ା ଘରେ ଏକାକୀ ରହିଥିଲେ ରଶ୍ମୀତା।

ରବିବାର ପ୍ରେମିକ ଟ୍ୟୁସନ୍‌ ସାର୍‌ ପ୍ରେମିକା ରଶ୍ମୀତାଙ୍କ ବାପ ଘରକୁ ଯାଇଥିଲେ। ଟ୍ୟୁସନ ସାର୍‌ଙ୍କୁ ଦେଖି ରଶ୍ମୀତାଙ୍କ ବଡ଼ ଝିଅ ଚିତ୍କାର କରିଥିଲେ। ତାଙ୍କ ସାନ ଭାଇଙ୍କୁ ଟ୍ୟୁସନ ସାର୍‌ ହିଁ ହତ୍ୟା କରିଥିବା ମାମୁ ଘର ଲୋକଙ୍କୁଜଣାଇଥିଲେ। ଝିଅଠାରୁ ସବୁକଥା ଶୁଣିବା ପରେ ପ୍ରେମିକ ପ୍ରବରକୁଘର ଲୋକେ ଅଟକରଖି ପୁଲିସ୍‌କୁ ଖବର ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.