କନ୍ୟା ପିତା ବିବାହରେ ଜ୍ବାଇଁକୁ ୨୧ ବିଷଧର ସାପ ଯୌତୁକ ହିସାବରେ ଦେବାର ବିଧି। ଏହାକୁ ଅଣଦେଖା କଲେ ହୁଏ ଅନିଷ୍ଟ

0 8

ସାଧାରଣତଃ ବାହାଘରରେ ଝିଅର ବାପା ଜ୍ବାଇଁ ଙ୍କୁ ନିଜ ଖୁସିରେ ଟଙ୍କା ଠୁ ଆରମ୍ଭ କରି ଗାଡ଼ି ଯାଏଁ ଦେଇଥାନ୍ତି।କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯୌତୁକ ରେ ବିଷଧର ସାପ ଭେଟି କରିବା କଥା। କଥା କି ମନରେ ସନ୍ଦେହ ସୃଷ୍ଟି କଲେ ବି ଏହା ବାସ୍ତବ।ଏମିତି ବି କିଛି ପ୍ରଥା ଥାଏ ଯାହାକୁ ମାନିବାକୁ ହୁଏ ଲୋକମାନଙ୍କୁ ।ଆଜି ଆମେ ଏହି ଲେଖା ମଧ୍ୟମ ରେ ଏମିତି ଏକ ସମ୍ପ୍ରଦାୟ ବିଷୟ ରେ ଆପଣମାନଙ୍କୁ ଅବଗତ କରେଇବୁ ଯେଉଁଠି ବିବାହ ରେ ଝିଅ ବାପାଙ୍କୁ ଦେବାକୁ ହୁଏ ୨୧ ଟି ବିଷଧର ସାପ ଜ୍ବାଇଁକୁ ।

ଏହି ପ୍ରଥା କୌଣସି ବାହାର ଦେଶ ର ନୁହଁ ବରଂ ଏହା ଆମ ଦେଶ ଭାରତର । ଆମ ଭାରତର ମଧ୍ୟ ପ୍ରଦେଶ ରାଜ୍ୟ ର ଏକ ସାମ୍ପ୍ରଦାୟ ଅଛି ଯାହାର ନାମ “ଗୋରିୟା”। ଏହି ସମ୍ପ୍ରଦାୟ ର ଲୋକ ଯେତେ ବେଳେ ନିଜ ଝିଅକୁ ବିବାହ ଦିଏ ସେତେ ବେଳେ ଜ୍ବାଇଁ କୁ ୨୧ ବିଷଧର ସାପ ଦେବାକୁ ହୁଏ। ଏମିତିକି ଯେଉଁ ଦିନ ଝିଅର ବିବାହ ଦିନ ଧାର୍ଯ୍ୟ ହୁଏ ସେହିଦିନୁ ଝିଅବାପା ସାପ ଧରିବା ଆରମ୍ଭ କରିଦିଅନ୍ତି।

Dailyhunt

ଏହି ସଂପ୍ରଦାୟ ର ବିଶ୍ବାସ ଯେ ଯଦି ଏମାନେ ସାପ ନଦେବେ ତାହେଲେ ଝିଅର ବାହାଘର ଜଲଦି ଭାଙ୍ଗିଯିବା ଥୟ। ଆଶ୍ଚଯ୍ୟକର କଥା ଏହିକି ଜେ ଏଠିକାର ଛୋଟ ପିଲାମାନେ ବି ସାପକୁ ଡରିନଥନ୍ତି ବରଂ ତା ସହ ଖେଳିଥାନ୍ତି ।

ବାସ୍ତବରେ ଗୋରେୟା ସମ୍ପ୍ରଦାୟର ଲୋକମାନଙ୍କ ପେଶା ହେଉଛି ସାପ ଖେଲାଇ ପେଟ ପୋଷିବା। ଜ୍ବାଇଁ କୁ ସାପ ଏଇଥି ପାଇଁ ଦିଅନ୍ତି କାରଣ ସେ ଶାପ ଖେଳ କରି ଆରାମରେ ତାର ପରିବାର ର ପୋଷଣ କରିପାରିବ। ଏହି ସମ୍ପ୍ରଦାୟର ଆଉ ଏକ ପ୍ରଥା ବି ରହିଛି।ଯଦି ସାପ ସେମାନଙ୍କ ପେଡ଼ି ଭିତରେ ମରିଯାଏ ତାହେଲେ ସେହି ଲୋକଙ୍କ ପରିବାରର ସମସ୍ତଙ୍କୁ ଲଣ୍ଡା ହେବାକୁ ପଡ଼ିଥାଏ ଓ ଗାଁ ଲୋକଙ୍କୁ ଭୋଜିବି ଦେବାକୁ ପଡିଥାଏ। ବାସ୍ତବ ରେ କେତେ ନିଆରା ଏ ପରମ୍ପରା ।

ଆଶା କରୁଛୁ ଏହି ଆଟିକିଲ ଟି ଆପଣଙ୍କୁ ବହୁତ୍ ଭଲ ଲାଗିଥିବ ।ଯଦି ଭଲ ଲାଗିଛି ତ ଏହାକୁ ଲାଇକ ଓ ଶେୟର କରିବାକୁ ଭୁଲିବେନି ।

Leave A Reply

Your email address will not be published.