ଏହିଭଳି ଚମତ୍କାର କେବଳ ଭାଗ୍ୟବାନ ଲୋକ ହିଁ ଦେଖି ପାରନ୍ତି
ଆଜି ଆମେ ପୁଣି ଥରେ ସେହି ସବୁ ଜିନିଷ ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।
କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।
ଯେମିତି ଆପଣ ଭିଡିଓ ରେ ଦେଖିବାକୁ ପାଉଛନ୍ତି ସିରିଆ ରେ ହୋଇଥିବା ବଡ଼ ଧରଣର ଦୁର୍ଘଟଣାରେ କେମିତି ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନ ମାନଙ୍କୁ ହରାଇ ବିକଳ ହେଉଛନ୍ତି। ଠିକ୍ ସେହି ସମୟରେ ପ୍ରାୟ ୨୪ ଘଣ୍ଟା ପରେ ଏକ ଭୁଶୁଡ଼ି ହୋଇ ପଡିଥିବା କୋଠା ତଳୁ ଜଣେ ଶିଶୁର କାନ୍ଦିବାର ଶବ୍ଦ ଶୁଣା ଗଲା। ଲୋକେ ସେହି ସ୍ଥାନକୁ ଯାଇ ତାଡିବାକୁ ଲାଗିଲେ ଓ ଶେଷରେ ଶିଶୁ କୁ ଉଦ୍ଧାର କଲେ। ଆଶ୍ଚର୍ଯ୍ୟର କଥା ହେଉଚି ବିନା ଅମ୍ଳଜାନ ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଶିଶୁଟି ଜୀବିତ ରହିଥିଲା ଯାହା ସମସ୍ତଙ୍କୁ ଚକିତ କରିଛି।
ସେହିପରି ହରିୟାଣା ର କଇଥାଲ ରେ ଏକ ଘଟଣା ଘଟିଥିଲା ଯାହା କ୍ୟାମେରା ରେ ରେକର୍ଡ ହୋଇଥିଲା।ସେଠାରେ ଜଣେ ମହିଳା ଏକ ନବଜାତ ଶିଶୁ କୁ ଏକ ପଲିଥିନ୍ ରେ ପୁରାଇ ଦ୍ରେନ ରେ ଫୋପାଡି ଦେବା ପରେ କୁକୁର ସେଠାରେ ଭୋକି ଥିଲେ ଓ ପରେ ଲୋକେ ଶିଶୁକୁ ଉଦ୍ଧାରକରି ପୋଲିସ୍ କୁ ଖବର ଦେଲେ।ପରେ ଶିଶୁକୁ ହସ୍ପିଟାଲ୍ ରେ ଭର୍ତି କରିବା ପରେ ସେ ଏବେ ସୁସ୍ଥ ଅଛି।ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯେ କିଏ ଏହି ଘଟଣା ଉପରେ ନଜର ରଖିଥିଲେ ଯେଉଁ କାରଣରୁ ପିଲାଟିର ଜୀବନ ବଞ୍ଚିଗଲା।
ତୃତୀୟ ଭିଡିଓ ରେ ଆପଣ ଦେଖନ୍ତୁ ଅଷ୍ଟ୍ରେଲିଆ ରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ କିଭଳି ମହିଳା ଜଣଙ୍କ ସୁରକ୍ଷିତ ରହି ଯାଇଛନ୍ତି। ଦୁଇଟି ଟ୍ରକ୍ ଭିତରେ ଏତେ ବଡ଼ ଦୁର୍ଘଟଣାରେ ତାଙ୍କର କିଛିବି ହେଇନି। ଏବଂ ଟ୍ରକର ଡ୍ରାଇଭର ମଧ୍ୟ ସୁରକ୍ଷିତ ଅଛନ୍ତି।ସେହିପରି ଆଉ ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ ଯାହାର କୌଣସି ବିଜ୍ଞାନ ସମ୍ମତ କାରଣ ମଧ୍ୟ ବାହାରି ପାରି ନାହିଁ।ଏହି ଘଟଣାରେ ଜଣେ ବ୍ୟକ୍ତି ୭୬ ବର୍ଷ ପର୍ଯ୍ୟନ୍ତ କିଛି ଖାଦ୍ୟ ଗ୍ରହଣ ନକରି ଜୀବିତ ରହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।