ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋ ମାନେ ନ ଦଶ ମାସର ଗର୍ଭବତୀଙ୍କ ଭଳି ଚାଲୁଛନ୍ତି,ଏମିତି କହିଲେ ଯୁବକ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଓଲିଉଡ ସିନେମାକୁ ନେଇ ଏବେ ଅନେକ ଖବର ଆସୁଛି । ଆଉ ଏମିତି କିଛି ଖବର ଆସୁଛି ଯାହାକୁ ଶୁଣିଲେ ଆପଣ ବି ମନରେ ଭାବିବେ କି ଏମିତି ସବୁ ଘଟଣା କିପରି ଘଟୁଛି । ଆଉ ଏମିତି କିଛି ଖବର ଆସୁଛି ଓଲିଉଡ ଜଗତକୁ ନେଇ । ଓଲିଉଡ ଜଗତରେ ସିନେମା ଏବେ ଭଲ ରୋଜଗାର କରୁନାହିଁ ।
ସମୟରେ ଓଡିଆ ଫିଲ୍ମକୁ ଥିଏଟର ରେ ସ୍ପେସ ମିଳୁ ନାହି ଯାହାର ଅଭିଯୋଗ କରିଛନ୍ତି ପ୍ରଡ୍ୟୁସର ମାନେ । ଏହା ପୂର୍ବରୁ ଯେବେ ଫିଲ୍ମ ଆସୁଥିଲା ଭଲ ଥିଏଟର ସହ ଭଲ ଚାଲୁଥିଲା ମଧ୍ୟ । ଏ ନେଇ ଶ୍ରୀକୁମାର ଜେନା ମତ ଦେଇଛନ୍ତି କି ୧୯୮୦ରୁ ସେମାନେ !
ଓଡିଆ ଇଣ୍ଡଷ୍ଟ୍ରିରେ ଫିଲ୍ମ ଆରମ୍ଭ କରିଥିଲେ ତାହା ପୁଣି ବଡ ବଡ କଳାକାର ମାନଙ୍କୁ ନେଇ । ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଆଉ କିଛି ଆରପାରିକୁ ଚାଲି ଗଲେଣି । ସାରା ବିଶ୍ଵରେ ଯେତେ ଦର୍ଶକ ଅଛନ୍ତି ସବୁଠାରୁ ଚାଲାକ ହେଉଛନ୍ତି ଆମ ଓଡିଆ ଦର୍ଶକ ।
କାରଣ ଓଡିଆ ଦର୍ଶକ ମାନେ ହଲିଉଡ, ବଲିଉଡ, ଟଲିଉଡ ସିନେମା ଦେଖୁଛନ୍ତି । ଯେବେ ବାହାରେ ହଲ ରେ ୫କୋଟି ଟଙ୍କାର ସିନେମା ପଡୁଛି କିନ୍ତୁ ଆମ ଓଡିଶାରେ ୩୦ଲକ୍ଷ ଭିତରେ ସିନେମା ପଡୁଛି ତେଣୁ ଦର୍ଶକ ମାନେ ଓଡିଆ ଫିଲ୍ମ ଦେଖିବାକୁ ଭଲ ପାଉ ନାହାନ୍ତି ।
ଆଗରୁ ଓଡିଆ ଫିଲମର ଯେଉଁ ବାସ୍ନା ଥିଲା ଆଉ ଛୁଙ୍କ ଥିଲା ତାହା ଆଉ ନାହି । ଆଗରୁ ବି କପି ହେଉଥିଲା ଏବେ ବି ହେଉଛି ଓଡିଆ ଫିଲ୍ମରେ । ଏବେ ଖାଲି ଲଭ, ସେକ୍ସ ଆଉ ଧୋକା ଚାଲିଛି ଓଡିଆ ଇଣ୍ଡଷ୍ଟ୍ରିରେ ।
କୌଣସି ପ୍ରଡ୍ୟୁସର କଣ ପାଇଁ ଆକ୍ସନ ଫିଲ୍ମ କରୁ ନାହାନ୍ତି ତାହାକୁ ନେଇ ଶ୍ରୀକୁମାର ଜେନା ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ସମୟରେ “ସଲାମ ଭୁବନେଶ୍ଵର” ଫିଲ୍ମର ଶୁଟିଙ୍ଗ ଆରମ୍ଭ ହୋଇଛି ଯାହାର ବିଶେଷତ୍ଵ ର ରହିଛି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ୧୧ଟି ଫାଇଟିଙ୍ଗ ରହିଛି ।
ଆଗକୁ ଶ୍ରୀ ଜେନା କହିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ହିରୋ ଅଛନ୍ତି ଯିଏ କି ୯-୧୦ ମାସର ଗର୍ଭବତୀଙ୍କ ଭଳି ଚାଲୁଛନ୍ତି କାହା ଗୋଡ ଡାହାଣକୁ ତ ଆଉ କାହାର ପଶ୍ଚିମ ଭଳି ବାମ ପଟକୁ ରହୁଛି । ଏମିତି ହିରୋ ନେଲେ ସିନେମା କଣ ଚାଲିବ ।
ପୂର୍ବରୁ ସିନେମାରେ ୩ରୁ ୪ଟି ହିରୋ ରହୁଥିଲେ କିନ୍ତୁ ଆଜିର ସମୟରେ ଗୋଟେ ହିରୋ ରୁ ଅଧିକ ନିଆଯାଉ ନାହି ଏହାର କାରଣ ହେଉଛି ଅହଂକାର ଯାହା ପାଇଁ ସିନେମା ଫ୍ଲପ ହେଉଛି । ଶେଷରେ ସେ କହିଛନ୍ତି ସାଢେ ୪କୋଟି ଲୋକଙ୍କର ଆରାଧ୍ୟା ଦେବତା ହେଉଛି ପ୍ରଭୁ ଜଗନ୍ନାଥ । ତେଣୁ ପଖାଳ ଭାତରେ ଚାରୁ ସମ୍ବାର ଲଗାଇ ଖାଇଲେ କଣ ହେବ ସେମିତି ଅବସ୍ଥା ହେଉଛି ଓଡିଆ ସିନେମାର । ଏହାର ଅର୍ଥ କପି କରୁଥିବାରୁ ଓଡିଆ ଫିଲ୍ମ ହିଟ ହେଉ ନାହି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!